ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ଛଟପଟ ହେଉଥିବା ବାପଝିଅଙ୍କ ପାଖରେ ଦେବଦୂତ ସାଜି ପହଞ୍ଚିଲେ ବାଲେଶ୍ୱର ଏସପି, ନିଜ ଗାଡ଼ିରେ ଡାକ୍ତରଖାନା ନେଇ ଚିକିତ୍ସା କରାଇଲେ

ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ଛଟପଟ ହେଉଥିବା ବାପଝିଅଙ୍କ ପାଖରେ ଦେବଦୂତ ସାଜି ପହଞ୍ଚିଲେ ବାଲେଶ୍ୱର ଏସପି, ନିଜ ଗାଡ଼ିରେ ଡାକ୍ତରଖାନା ନେଇ ଚିକିତ୍ସା କରାଇଲେ

ବାଲେଶ୍ୱର : ବାଲେଶ୍ୱରରେ ସୋମବାର ଏକ ସଡ଼କ ଦୁର୍ଘଟଣାରେ ବାପଝିଅ ଗୁରୁତର ଆହତ ହୋଇ ରାଜପଥରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଏହି ସମୟରେ ଗୁରୁତର ବାପ ଝିଅଙ୍କ ପାଖରେ ବାଲେଶ୍ୱର ଏସପି ଦେବଦୂତ ସାଜି ପହଞ୍ଚିଥିଲେ। ଘଟଣାସ୍ଥଳରୁ ସେ  ନିଜ ଗାଡିରେ ସେମାନଙ୍କୁ ଡାକ୍ତରଖାନକୁ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରାଇ ଉଭୟଙ୍କ ଜୀବନ ବଞ୍ଚାଇଛନ୍ତି। ଏହି ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

publive-image

ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲା ସୋର ଥାନା ତୁଡିଗଡିଆ ଅଚ୍ୟୁତିପୁର ଗ୍ରାମରେ କୈଳାଶ ଚନ୍ଦ୍ର ସାହୁ  ଆଜି  ତାଙ୍କ ଝିଅଙ୍କୁ କଲେଜରେ ଆଡମିସନ୍ କରାଇବା ପାଇଁ ଯାଉଥିଲେ । ଏହି ସମୟରେ ଜାତୀୟ ରାଜପଥ ବେଗୁନିଆଠାରେ ଏକ ଅଜଣା ଗାଡି ଦୁର୍ଘଟଣାରେ ଉଭୟ ବାପ ଝିଅ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ଛଟପଟ ହେଉଥିଲେ।

publive-image

ବାପ-ଝିଅଙ୍କ ଏଭଳି ଯନ୍ତ୍ରଣା ସମୟରେ ବାଲେଶ୍ୱର ଏସପି  ବି. ଜୁଗଲ୍ କିଶୋର ସେହି ବାଟ ଦେଇ ଔପଦାରେ ହେଉଥିବା ଏକ ଜନ ଶୁଣାଣି ଶିବିରରେ ଯୋଗଦେବାକୁ ଯାଉଥିଲେ। ରାସ୍ତାରେ ବାପ ଝିଅଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖି ସଙ୍ଗେସଙ୍ଗେ ଏସପି ଉଭୟଙ୍କୁ ନିଜ ଗାଡ଼ିରେ ସୋର ଡାକ୍ତରଖାନକୁ ନେଇ ଚିକିତ୍ସା କରାଇଥିଲେ। ଚିକିତ୍ସା ପରେ ବାପ ଝିଅ ସୁସ୍ଥ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe