୨୪ ଘଣ୍ଟା‌ରେ ଦ୍ବାରଶୁଣୀ ଘାଟିରେ ୩ ଦୁର୍ଘଟଣା : ଦୁଇ ମୃତ, ଜଣେ ଗୁରୁତର

Advertisment
୨୪ ଘଣ୍ଟା‌ରେ ଦ୍ବାରଶୁଣୀ ଘାଟିରେ ୩ ଦୁର୍ଘଟଣା : ଦୁଇ ମୃତ, ଜଣେ ଗୁରୁତର

କଳାବାଡ଼ିଆ/ବାଙ୍ଗିରିପୋଷି : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ଦ୍ୱାରଶୁଣୀ ଘାଟିରେ ଗତ ୨୪ଘଣ୍ଟାରେ ୨ଟି ପୃଥକ ଦୁର୍ଘଟଣାରେ ୨ ଜଣଙ୍କ ପ୍ରାଣ ଯାଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ବେଶ୍‌ କିଛିଦିନ ଶାନ୍ତ ରହିବା ପରେ ଏହି ଘାଟି ପୁଣି ରକ୍ତରଞ୍ଜିତ ହେବାପରେ ଯାତ୍ରୀଙ୍କ ମଧ୍ୟରେ ଛନକା ପଶିଯାଇଛି।

ସୂଚନାଯୋଗ୍ୟ; ଗତକାଲି ବିଳମ୍ବିତ ରାତିରେ ବାଙ୍ଗିରିପୋଷି ଥାନା ଅଧୀନ ୪୯ ନଂ ଜାତୀୟ ରାଜପଥର ଏହି ଘାଟିରେ ଟାଟାରୁ ଭଦ୍ରକ ଯାଉଥିବା ଏକ ଲୁହାକଣ୍ଟା ବୋଝେଇ ମିନିଟ୍ରକ୍‌କୁ ବିପରୀତ ଦିଗରୁ ଆସୁଥିବା ଏକ ଲୁହା ପାଇପ୍‌ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା। ମିନିଟ୍ରକ୍‌ର ସାମ୍ନାଭାଗ ଚୁର୍‌ମାର୍‌ ହୋଇଯାଇଥିବାବେଳେ ଭିତରେ ଚାପି ହୋଇ ରହିଥିବା ଚାଳକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ମୃତକ ହେଲେ ଝାଡ଼ଖଣ୍ଡ ରାଜ୍ୟ ଗୋଲମାରୀ ଅଞ୍ଚଳର ସତ୍ୟନ୍ଦ୍ର ସାମାଡ (୩୫)।

ଅନ୍ୟ ଏକ ଖବର ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଘାଟିର ଅନ୍ୟ ଏକ ବାଙ୍କରରେ ଏକ ୩୨ ଚକିଆ ଟ୍ରଲର (ଏଚ୍‌ଆର୍‌-୫୫ପି-୬୭୨୬) ଯାଉଥିବାବେଳେ ଗାଡିର ହେଲପର୍‌ କଡ଼ରେ ବସି ବାଟ ଦେଖାଉଥିଲେ। ତେବେ ଅସାବଧନତାବଶତଃ ଗାଡ଼ିରୁ ଖସିପଡ଼ିଥିଲେ ଓ ତାଙ୍କ ଉପରେ ଚକ ମାଡ଼ିଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକ ନାଁ ଅମରଜିତ ପାଣ୍ଡେ (୨୭)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe