ରାସ୍ତାରେ ସ୍କୁଟି ଧରି ଛିଡ଼ା ହୋଇଥିବା ବେଳେ ୩ଜଣ ଛାତ୍ରୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ୍‌

ରାସ୍ତାରେ ସ୍କୁଟି ଧରି ଛିଡ଼ା ହୋଇଥିବା ବେଳେ ୩ଜଣ ଛାତ୍ରୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ୍‌

ଜଗତସିଂହପୁର: ଜଗତସିଂହପୁର ବଡ଼ବଜାର ନିକଟ ଦେଇ ଯାଇଥିବା ରାସ୍ତାରେ ସୋମବାର ଅପରାହ୍ନରେ ୩ ଜଣ ଛାତ୍ରୀଙ୍କ ଛିଡ଼ା ହୋଇଥିବା ବେଳେ ଏମାନଙ୍କ ଉପରେ ଏକ ୧୦ଚକିଆ ଗାଡ଼ି (ଓଡି-୨୧-ଇ-୨୫୧୮) ଚଢ଼ି ଚାଲି ଯାଇଥିଲା। ଏହି ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ତିନିଜଣ ଛାତ୍ରୀଙ୍କ ନାମ ଶୁଭ ଲକ୍ଷ୍ମୀ ଦତ୍ତ, ଲିଜାରାଣୀ ରାଉତ ଓ ମଧୁସ୍ମିତା ପରିଜା ବୋଲି ଜଣାପଡ଼ିଛି।

publive-image

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ତିନିଜଣ ଛାତ୍ରୀ ସ୍କୁଟି ଧରି ବଡ଼ବଜାର ନିକଟ ରାସ୍ତାରେ କୌଣସି କାମରେ ଛିଡ଼ା ହୋଇଥିଲେ। ଏହି ସମୟରେ କେହି କିଛି ବୁଝିବା ପୂର୍ବରୁ ସେମାନଙ୍କ ପଛପଟରୁ ଏକ ୧୦ଚକିଆ (ଓଡି-୨୧-ଇ-୨୫୧୮) ଟ୍ରକ୍‌ ଆସି ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ତିନିଜଣ ଛାତ୍ରୀ ମଧ୍ୟରୁ ଭୁବନେଶ୍ୱରର ଶୁଭଲକ୍ଷ୍ମୀ ଦତ୍ତ ଓ ନାଉଗାଁର ଲିଜାରାଣୀ ରାଉତ ରାସ୍ତାକୁ ଛିଟିକି ପଡି ଗୁରୁତର ଆହତ ହୋଇଥିବା ବେଳେ ନାଉଗାଁର ମଧୁସ୍ମିତା ପରିଜାଙ୍କ ଅଣ୍ଟା ମିଶା ଗୋଡ଼ରେ ୧୦ ଚକିଆ ଗାଡ଼ି ଚଢ଼ି ଯାଇଥିଲା। ତିନିଜଣଙ୍କୁ ଜଗତସିଂହପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

publive-image

ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଗାଡ଼ି ଓ ଚାଳକ ମନୋଜ ମଲ୍ଲିକକୁ କାବୁ କରିବା ସହିତ ଜଗତସିଂହପୁର ଥାନାରେ ଜିମା ଦେଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଜଗତସିଂହପୁର ପୁଲିସ ୧୦ଚକିଆ (ଓଡି-୨୧-ଇ-୨୫୧୮) ଟ୍ରକ୍‌କୁ ଜବତ କରିଛି। ଜଗତସିଂହପୁର ଡାକ୍ତରଖାନାରେ ମଧୁସ୍ମିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଦିନ ବେଳା ଭାରିଯାନ ସହର ମଧ୍ୟକୁ ପ୍ରବେଶ କରି ପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ବାରଣ କରିଥିବା ବେଳେ ଏହାକୁ ପାଳନ କରାଯାଉନାହିଁ ବୋଲି ଏହି ଘଟଣାରୁ ସ୍ପଷ୍ଟ ବାରି ହୋଇପଡ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe