ଜେପିଏସ୍‌ଏଲ୍‌ କାରଖାନାରେ ଦୁର୍ଘଟଣା :ଟ୍ରେନ୍‌ ଧକ୍କାରେ ଠିକା କର୍ମଚାରୀଙ୍କ ମୃତ୍ୟୁ

Advertisment
ଜେପିଏସ୍‌ଏଲ୍‌ କାରଖାନାରେ ଦୁର୍ଘଟଣା :ଟ୍ରେନ୍‌ ଧକ୍କାରେ ଠିକା କର୍ମଚାରୀଙ୍କ ମୃତ୍ୟୁ

Business Standard

ଛେଣ୍ଡିପଦା/ଅନୁଗୁଳ : ଆଜି ଭୋର ୪ଟାରେ ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜେଏସ୍‌ପିଏଲ୍ କାରଖାନାରେ ଏକ ଦୁର୍ଘଟଣା ଘଟିଛି। କୋଇଲା ବୋଝେଇ ଟ୍ରେନ୍‌ ଧକ୍କାରେ ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ଅନୁଗୁଳ ଥାନା ଜରାସିଂହା ଗ୍ରାମର ସୁମନ୍ତ କୁମାର ସ୍ୱାଇଁ(୨୫)। ସୁମନ୍ତ ଉକ୍ତ କଂପାନିର ରେଲୱେ ସାଇଡିଂରେ ଠିକାସଂସ୍ଥା ଲିଫ୍ଟ ଆଣ୍ଡ ସିଫ୍ଟ ଅଧୀନରେ ପଏଣ୍ଟମ୍ୟାନ ଭାବେ କାର୍ଯ୍ୟ କରୁଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଜରାସିଂହା ଗାଁ ଲୋକେ ସକାଳ ୭ଟାରେ ଶବ ରଖି ଅନୁଗୁଳରୁ ଦେବଗଡ଼ ଜିଲ୍ଲାକୁ ସଂଯୋଗ କରୁଥିବା ୬୩ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଥିଲେ। ୧୫ ଲକ୍ଷ ଟଙ୍କା କ୍ଷତିପୂରଣ, ଶୁଦ୍ଧିକ୍ରିୟା ପାଇଁ ୫୦ ହଜାର ଟଙ୍କା ସହିତ ସରକାରୀ ନିୟମ ଅନୁଯାୟୀ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବାକୁ କଂପାନି କତ୍ତୃର୍ପକ୍ଷ ରାଜି ହେବା ପରେ ଅପରାହ୍‌ଣ ୧ଟା‌ ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe