ରଜରେ ଅଘଟଣ: ପାଣିରେ ବୁଡ଼ି ୭ଜଣଙ୍କ ମୃତ୍ୟୁ, ଝରଣାରେ ଭାସିଗଲେ ୨ ଇଞ୍ଜିନିୟରିଂ ଛାତ୍ର

Advertisment

ରଜରେ ଅଘଟଣ। ରାଜ୍ୟର ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ି ୭ଜଣଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲା ଲୁଲୁଙ୍ଗ ଝରଣାରେ ଗାଧୋଇବା ବେଳେ ବୁଡ଼ିଯାଇ ୨ଜଣ ଇଂଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି।

ରଜରେ ଅଘଟଣ। ରାଜ୍ୟର ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ି ୭ଜଣଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲା ଲୁଲୁଙ୍ଗ ଝରଣାରେ ଗାଧୋଇବା ବେଳେ ବୁଡ଼ିଯାଇ ୨ଜଣ ଇଂଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି।

sffsfxcxc

ଶାମାଖୁଣ୍ଟା/ନନ୍ଦପୁର/ବୀରମିତ୍ରପୁର/ରାଉରକେଲା/ଏରସମା: ରଜରେ ଅଘଟଣ। ରାଜ୍ୟର ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ି ୭ଜଣଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲା ଲୁଲୁଙ୍ଗ ଝରଣାରେ ଗାଧୋଇବା ବେଳେ ବୁଡ଼ିଯାଇ ୨ଜଣ ଇଂଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସହର ପୂର୍ଣ୍ଣଚନ୍ଦ୍ରପୁର ୨୧ ନମ୍ବର ୱାର୍ଡର ପ୍ରବୋଧ କୁମାର ଭୂଜବଳଙ୍କ ଏକମାତ୍ର ପୁତ୍ର ଅଙ୍କିତ କୁମାର ଭୂଜବଳ (୨୦) ଓ ରଘୁନାଥପୁରର ରଞ୍ଜନ କୁମାର ନାୟକଙ୍କ ଏକମାତ୍ର ପୁତ୍ର ଅଂଶୁମାନ (୨୦)।  ଅଙ୍କିତ ଭୁବନେଶ୍ବର ସିଲିକନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ବି-ଟେକ୍‌ ପଢ଼ୁଥିଲେ। ସେହିପରି ଭୁବନେଶ୍ୱରସ୍ଥିତ ଆଇଟିଇଆର୍‌ରେ ବି-ଟେକ୍‌ ଦ୍ବିତୀୟ ବର୍ଷ ଛାତ୍ର ଥିଲେ ଅଂଶୁମାନ। ଆଜି ସେମାନେ ୫ଜଣ ସାଙ୍ଗଙ୍କ ସହ ବଣଭୋଜି କରିବା ପାଇଁ ଶାମାଖୁଣ୍ଟା ବ୍ଲକ୍‌ ଅଧୀନ ଶିମିଳିପାଳର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଲୁଲୁଙ୍ଗ ଯାଇଥିଲେ। ସେଠାରେ ଝରଣାରେ ଗାଧୋଉଥିବା ବେଳେ ଉଭୟ ବୁଡ଼ି ଯାଇଥିଲେ।

ଝରଣାରେ ଭାସିଗଲେ ୨ ଇଞ୍ଜିନିୟରିଂ ଛାତ୍ର
ପାତାଳୀ ନଦୀରେ ନାବାଳକ, ନାବାଳିକା
କୋଏଲ୍‌ରେ ଯୁବକ, ପୋଖରୀରେ ବୃଦ୍ଧ
ଏରସମାରେ ସମୁଦ୍ରରେ ଭାସିଯାଇ ଜଣେ ମୃତ

‌ସେହିପରି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍‌ ଦଳେଇପୁଟ ଗାଁ ନିକଟସ୍ଥ ପାତାଳୀ ନଦୀରେ ମାଛ ଧରିବା ବେଳେ ବୁଡ଼ିଯାଇ ବନୁର ଗାଁର ଦେବେନ୍ଦ୍ର କିର୍ଷାନୀ (୧୭ ବର୍ଷ) ଓ ପୁଷ୍ପା ବୈରାଗୀ (୧୫ ବର୍ଷ)ଙ୍କ ମୃତ୍ୟୁ ଘଟିଛି।  ନନ୍ଦପୁର ଅଗ୍ନିଶମ ବାହିନୀ ମୋଟର ବୋଟ୍ ସାହାଯ୍ୟରେ ଖୋଜାଖୋଜି କରି ଉଭୟଙ୍କ ମୃତଦେହ ନଦୀରୁ ଉଦ୍ଧାର କରିଛି। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ତଳ ବସ୍‌ଷ୍ଟାଣ୍ଡ ଲାହାକୋଠି ନିକଟ ପସାରି ପୋଖରୀରେ ବୁଡ଼ି ହାତୀବାରି ଥାନା ଅନ୍ତର୍ଗତ ପୁରୁଣାପାଣି ଗିରିଜାଟୋଲି ଗ୍ରାମର କକା ଲାଖୁଆ(୬୧)ଙ୍କ ମୃତ୍ୟୁ ହୋଇଛି।  ଆଜି ସକାଳେ ସେ ଗାଧୋଇବାକୁ ପୋଖରୀକୁ ଯାଇ ବୁଡ଼ି ଯାଇଥିଲେ। 
କୋଏଲ ନଦୀରେ ଗାଧୋଇବାକୁ ଯାଇ ବାଉଁଶରେ ପାଣିର ଗଭୀରତା ମାପିବା ବେଳେ ତିନି ସାଙ୍ଗଙ୍କ ମଧ୍ୟରୁ ଜଣେ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ହେଲେ ବେଦବ୍ୟାସ ଅଞ୍ଚଳର ଆକାଶ ଦତ୍ତା (୨୨)। ଅନ୍ୟ ଦୁଇଜଣ ରାଉରକେଲା ପାନପୋଷର ଶେଖର ଭୋଇ (୨୨) ଓ ସେକ୍ଟର-୨ର ଚିରଞ୍ଜୀବ ମହାପାତ୍ର (୨୧)। ବିଶ୍ରା ପୁଲିସ ମୃତ ଯୁବକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆର୍‌ଜିଏଚ୍‌କୁ ପଠାଇଛି। ତିନି ସାଙ୍ଗ ଆକାଶ, ଶେଖର ଓ ଚିରଞ୍ଜୀବ ଆଇଟିଆଇ ପାସ୍‌ କରିବା ପରେ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ରେ ଶିକ୍ଷାନବିସ ଭାବେ କାମ କରୁଥିଲେ। ଜଗତସିଂହପୁର ଜିଲ୍ଲା ଏରସମା ଶିଆଳି ବେଳାଭୂମିରେ ଗାଧୋଇବା ବେଳେ ସମୁଦ୍ରରେ ଭାସିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଜଣକ ହେଉଛନ୍ତି ବାଲିକୁଦା ଥାନା ତିତିରା ପଞ୍ଚାୟତ, ବେଗୁନିଆ ଗାଁର ଗୌତମ ପରିଜାଙ୍କ ପୁଅ ଦୀପ୍ତିରଞ୍ଜନ ପରିଜା ଓରଫ ବବୁଲ୍‌(୨୨)। ଆଜି ପୂର୍ବାହ୍ନରେ ବବୁଲ୍‌  କିଛି ସାଙ୍ଗଙ୍କ ସହ ମିଶି ଶିଆଳି ବୁଲିଯାଇଥିଲେ। ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe