ଏମିତି ଦୁର୍ଘଟଣା ଦେଖିନଥିବେ! କାର ସହ ଧକ୍କା ପରେ ଦୁଇ ଫାଳ ହୋଇଗଲା ଆକ୍ଟିଭା

ଏମିତି ଦୁର୍ଘଟଣା ଦେଖିନଥିବେ! କାର ସହ ଧକ୍କା ପରେ ଦୁଇ ଫାଳ ହୋଇଗଲା ଆକ୍ଟିଭା

ରାଉରକେଲା: ବ୍ରେକ୍‌ ବଦଳରେ ଆକ୍ସିଲିଟର ଦାବିଦେଲେ ଡ୍ରାଇଭର। ଆଉ ସାମ୍ନାରେ ଯାଉଥିବା ଏକ ସ୍କୁଟିକୁ କାର ଧକ୍କା ଦେବା ଫଳରେ ଦୁଇ ଫାଳ ହୋଇଗଲା ଦୁଇ ଚକିଆ ଗାଡ଼ି। ଷ୍ଟିଲସିଟି ରାଉରକେଲାରେ ଆଜି ଏମିତି ଏକ ଦୁର୍ଘଟଣା ଘଟିଛି ଯାହାକୁ ନ ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ବଡ଼ କଥା ଯେ ଏହି ଦୁର୍ଘଟଣା ଏତେ ଜୋରରେ ଧକ୍କା ହୋଇଥିଲା ଯେ ଦୁଇଚକିଆ ଆକ୍ଟିଭାଟି ଦୁଇଫାଳ ହୋଇଯାଇଛି।

ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ନରେ ଓରାମପଡ଼ାର ଆକାଶ ଓରାମ ଓ ତାଙ୍କ ସାଙ୍ଗ ଜିତେନ ଏକ୍କା ଏକ ଆକ୍ଟିଭା ଯୋଗେ ହନୁମାନ ବାଟିକାରୁ ରିଂରୋଡ ଦେଇ ସାରନା ଛକ ଆଡକୁ ଯାଉଥିଲେ। ଏହି ସମୟରେ ପଛରେ ଆସୁଥିବା ଏକ କାର ଉଭୟଙ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ହୋଇଥିଲା ଯେ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା। ଏହି ଦୁର୍ଘଟଣାରେ ଆକାଶଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଜିତେନ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଏବେ କାର ଚାଳକଙ୍କୁ ଅଟକ ରଖି ପଚରାଉଚୁରା କରୁଛି। କାର ଚାଳକ ଜଣକ କହିଛନ୍ତି ଯେ ଭୁଲବଶତଃ ବ୍ରେକ ଦବେଇବା ବଦଳରେ ସେ ଆକ୍ସିଲିଟର ଦାବିଦେବାରୁ ଗାଡିର ବେଗ ବଢିଯାଇଥିଲା ଆଉ ସାମ୍ନାରେ ଯାଉଥିବା ସ୍କୁଟି ଆରୋହୀଙ୍କୁ ଧକ୍କା ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe