କାରଖାନାରେ ଷ୍ଟିମ୍ ଲାଇନ୍ ବିସ୍ଫୋରଣ: ୧୯ ଗୁରୁତରଙ୍କୁ କଟକର ଘରୋଇ ଡାକ୍ତରଖାନାରେ ଭର୍ତ୍ତି

Advertisment
କାରଖାନାରେ ଷ୍ଟିମ୍ ଲାଇନ୍ ବିସ୍ଫୋରଣ: ୧୯ ଗୁରୁତରଙ୍କୁ କଟକର ଘରୋଇ ଡାକ୍ତରଖାନାରେ ଭର୍ତ୍ତି

ମେରାମଣ୍ଡଳୀ/ଢେଙ୍କାନାଳ/କଟକ: ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ଆଜି ଅପରାହ୍ଣରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ବ୍ଲାଷ୍ଟ ଫର୍ଣ୍ଣେସର ଷ୍ଟିମ୍ ଲାଇନ୍ ବିସ୍ଫୋରଣ ଘଟି ୧୭ ଜଣ ଗୁରୁତର ହୋଇଥିବା ଜଣାଯାଇଛି। ସମସ୍ତ ଗୁରୁତରଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ ଓଡ଼ାପଡା ବ୍ଲକ ନରେନ୍ଦ୍ରପୁରସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ କମ୍ପାନିରେ ଆଜି ମଧ୍ୟାହ୍ନ ସମୟରେ ଷ୍ଟିମ ଲାଇନ ବିସ୍ପୋରଣ ଘଟି ୧୯ ଜଣ ଶମିକ ଗୁରୁତର ହୋଇଛନ୍ତି। ଦିନ ୧ଟା ବେଳକୁ  ବିଏଫ୍‌ ପାୱାର ପ୍ଲାଣ୍ଟ-୨ ନିକଟରେ ଷ୍ଟିମ ଲାଇନ ନିକଟରେ ଶ୍ରମିକମାନେ କାମ କରୁଥିବା ବେଳେ ହଠାତ ବିସ୍ପୋରଣ ଘଟିଥିଲା। ଫଳରେ ଶ୍ରମିକମାନଙ୍କୁ ଗୁରୁତର ଭାବେ ପ୍ରଥମେ ଟାଟା ଷ୍ଟିଲ ଫାଷ୍ଟ ଏଡ଼ ଚିକିତ୍ସାଲୟକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ସେମାନଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।

କଂପାନି ପକ୍ଷରୁ କୁହାଯାଇଛି ଯେ, ଦୁର୍ଘଟଣାକୁ ଆମେ ଗୁରୁତର ସହିତ ନେଇଛୁ। ଜରୁରୀକାଳୀନ ପଦକ୍ଷେପ ନିଆଯାଇଛି। ଦୁର୍ଘଟଣାର ସାମ୍ନା କରିଥିବା ଶ୍ରମିକମାନଙ୍କର ପରିବାର ଲୋକଙ୍କ ସହିତ ଯୋଗା‌େଯୋଗ କରାଯାଇଛି। ପୀଡିତ ପରିବାରକୁ କଂପାନି ପକ୍ଷରୁ ସମର୍ଥନ ଦିଆଯିବ। ଘଟଣାର ତଦନ୍ତ କରୁଛି। ଆମେ ସୁରକ୍ଷାକୁ ଗୁରୁତ୍ବ ଦେଉଛୁ।ଏହି ଦୁର୍ଘଟଣା ପରେ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛି। ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସୂଚନା ଅନୁଯାୟୀ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ମାତ୍ର ଅନ୍ୟମାନଙ୍କ ଅବସ୍ଥା ନର୍ମାଲ୍ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe