ଟ୍ରାଏଲ୍‌ ରନ୍‌ରେ ଅଘଟଣ: ୨ଜଣଙ୍କ ଉପରେ ଚଢ଼ିଗଲା ଟ୍ରେନ୍‌

Advertisment
ଲୋକସଭା ନିର୍ବାଚନ ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ

Hindustan Times

ରାୟଗଡା: ରାୟଗଡ଼ା-ଜେକେପୁର ମଧ୍ୟରେ ତୃତୀୟ ଲାଇନ୍‌ ନିର୍ମାଣ ପରେ ଆଜି ହୋଇଥିବା ଟ୍ରାଏଲ୍‌ ରନ୍‌ ସମୟରେ ଅଘଟଣ ଘଟିଛି। ଟ୍ରେନ୍‌ ମାଡ଼ିଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ‌କେଉଁ ପରିସ୍ଥିତିରେ ଏମିତି ଘଟିଲା ସ୍ପଷ୍ଟ ହୋଇପାରିନି। ରେଳ ନିରାପତ୍ତା କମିସନର ବ୍ରିଜେଶ କୁମାର ଆଜି ସକାଳେ ଏହି ଲାଇନ୍‌ ଅନୁଧ୍ୟାନ କରି ଫେରିବାର କିଛି ଘଣ୍ଟା ପରେ ହିଁ ଅଘଟଣର ସୂଚନା ମିଳିଛି। ରେଳ ଚଳାଚଳକୁ ସୁଗମ କରିବାକୁ ରାୟଗଡ଼ାରୁ ସିଙ୍ଗାପୁର ଷ୍ଟେସନ ମଧ୍ୟରେ ତୃତୀୟ ଲାଇନ୍‌ କାମ ଚାଲିଛି। ଆଜି ରାତିରେ ଏହି ଲାଇନ୍‌ର ରାୟଗଡ଼ା-ଜେକେପୁର ମଧ୍ୟରେ ଟ୍ରାଏଲ୍‌ ରନ୍‌ କରାଯାଉଥିଲା। ରାତି ପ୍ରାୟ ସାଢ଼େ ୯ଟାରେ ଟ୍ରାଏଲ୍‌ ପାଇଁ ବ୍ୟବହାର ହୋଇଥିବା ଟ୍ରେନ୍‌ ଦୁଇ ଜଣଙ୍କ ଉପରେ ଚଢ଼ି ଯାଇଥିଲା। ଟ୍ରାକ୍‌ରେ କିଛି ଲୋକ ବସିଥିଲେ କିମ୍ବା କାମ କରିବା ସମୟରେ ଟ୍ରେନ୍‌ ମାଡ଼ି ଆସିଥିଲା ବୋଲି ଶୁଣିବାକୁ ମିଳୁଛି। ଜେକେପୁର-ରାୟଗଡ଼ା ମଧ୍ୟରେ ଦେବାଦଳା ନିକଟରେ ଘଟଣା ଘଟିଥିବା ଖବର ମିଳିଛି। ଦୁଇ ମୃତକଙ୍କ ପରିଚୟ ମିଳିପାରିନି। ଏ ନେଇ ରାୟଗଡ଼ା ଜିଆରପି ସହ ଯୋଗାଯୋଗ କରିବାରୁ ରାତିରେ ଘଟଣା ଘଟିଥିବାରୁ କୌଣସି ସ୍ପଷ୍ଟ ତଥ୍ୟ ମିଳିପାରୁନି। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଦୁର୍ଘଟଣାର କାରଣ ଜଣାପଡ଼ିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe