ଉତ୍ତରା ଛକରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ, ସ୍କର୍ପିଓ ଚାଳକ ଆହତ

Advertisment
ଉତ୍ତରା ଛକରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ, ସ୍କର୍ପିଓ ଚାଳକ ଆହତ

ଧଉଳି: ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ଧଉଳି ଥାନା ଅଧୀନ ଉତ୍ତରା ଛକ ନିକଟରେ ଆଜି ସଂଧ୍ୟା ୭ଟା ସମୟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ତାଙ୍କ ପରିବାର ଲୋକ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ଦୁର୍ଘଟଣା‌ ପରେ ମନ୍ତ୍ରୀ ପରିବାର ଲୋକ ସହ ଆଉ ଏକ କା‌ର ଯୋଗେ ଭୁବନେଶ୍ବର ଅଭିମୁଖେ ପଳାଇଥିବା ଜଣାପଡ଼ିଛି।

ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ବହୁ କର୍ମୀଙ୍କ ଭିଡ଼ ଜମିଥିଲା। ଏହି ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଧଉଳି ଥାନା ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏହି ଦୁର୍ଘଟଣାରେ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ଇନୋଭାକୁ ଧକ୍କା ଦେଇଥିବା ସ୍କର୍ପିଓ ଚାଳକ ଗୁରୁତର ଆହତ ହୋଇଛନ୍ତି। ସ୍କର୍ପିଓ ଚାଳକଙ୍କୁ ଉଦ୍ଧାର କରି ଧଉଳି ପୁଲିସ ହସ୍ପିଟାଲକୁ ନେଇଥିଲା।

publive-image

ସୂଚନା ଅନୁସାରେ ଆଜି ସଂଧ୍ୟା ପ୍ରାୟ ୭ଟା ସମୟରେ ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ପଣ୍ଡା ପରିବାର ଲୋକଙ୍କ ସହ ପୁରୀରୁ ଭୁବନେଶ୍ବର ଅଭିମୁଖେ ଆସୁଥିଲେ। ମନ୍ତ୍ରୀଙ୍କ ଇନୋଭା ଆଗରେ ଯାଉଥିବା ଏକ ଟ୍ରାଭେରା ହଠାତ ଭାରସାମ୍ୟ ହରାଇ ଏକ ଗାଈକୁ ଧକ୍କା ଦେଇଥିଲା। ମନ୍ତ୍ରୀଙ୍କ ଗାଡ଼ି ବ୍ରେକ ଦେବାରୁ ତାଙ୍କ ପଛରେ ଥିବା ସ୍କର୍ପିଂଓ ପିଟି ହୋଇଯାଇଥିଲା। ଫଳରେ ମନ୍ତ୍ରୀଙ୍କ ଇନୋଭା ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। ହେଲେ କାର ଭିତରେ ଥିବା ମନ୍ତ୍ରୀ ଏବଂ ତାଙ୍କ ପରିବାର ଲୋକ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ।

ସେହିପରି ଉକ୍ତ ରାସ୍ତାର ଗୁଡ଼ିଆ ପୋଖରୀ ଛକ ନିକଟରେ ଏକ ବାଇକ ଏକ ସାଇକେଲକୁ ଧକ୍କା ଦେବାରୁ ଉଭୟ ସାଇକେଲ ଏବଂ ବାଇକ ଆରୋହୀ ଛିଟିକିପଡ଼ି ଗୁରୁତର ଆହତ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକ ଛଭୟଙ୍କୁ ଚିକିତ୍ସା ଲାଗି ହସ୍ପିଟାଲକୁ ନେଇଥିଲେ। ହେଲେ ଉତ୍ତରା ଫାଣ୍ଡି ପୁଲିସ ଦୁର୍ଘଟଣାସ୍ଥଳରେ ନପହଞ୍ଚିବାକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା। ସୂଚନା ଅନୁସାରେ ଆହତ ସାଇକେଲ ଆରୋହୀ ଜଣକ ହେଲେ ପିପିଲି ଥାନା ଅଧୀନ କଣ୍ଟେଇ ଚାଉଳି ଗ୍ରାମର ବିଜୟ କୁମାର ପାତ୍ର (୩୦)। ସେହିପରି ବାଇକ ଆରୋହୀ ହେଲେ ସ୍ଥାନୀୟ ହୁଣ୍ଡାଇ ସୋରୁମର ଜଣେ କର୍ମଚାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe