ଆନନ୍ଦପୁର : ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ବୀରଗୋବିନ୍ଦପୁର ଛକ ନିକଟରେ ଆଜି ଅପରାହ୍ଣ ସାଢ଼େ ୫ଟା ବେଳେ ଏକ ଦୁର୍ଘଟଣା ଘଟିଛି। ଏଥିରେ ବେଲବାହାଳି ଗ୍ରାମର ଶ୍ୟାମସୁନ୍ଦର ସାହୁଙ୍କ ସାନପୁଅ ଅଭିମନ୍ୟୁ ସାହୁ (୩୨) ପ୍ରାଣ ହରାଇଛନ୍ତି। ଅଭିମନ୍ୟୁ ତେଜରାତି ବେପାର ସାରି ବାଇକ୍ରେ ଘରକୁ ଫେରୁଥିଲେ।
ଭାରସାମ୍ୟ ହରାଇ ବାଇକ୍ଟି ରାସ୍ତାକଡ଼ ବାଡ଼ାରେ ଧକ୍କା ହୋଇଥିଲା। ତାଙ୍କ ଗୋଡ଼ ଓ ଛାତିରେ ଶକ୍ତ ଆଘାତ ଲାଗିଥିଲା। ଘସିପୁରା ପୁଲିସ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନା ପଠାଇଥିଲା। ପରିବାର ଲୋକେ ପହଞ୍ଚି ତାଙ୍କୁ କଟକ ନେଉଥିବା ବେଳେ ବାଟରେ ଅଭିମନ୍ୟୁଙ୍କ ମୃତ୍ୟୁ ଘଟିଛି। ଅଭିମନ୍ୟୁଙ୍କ ଗତବର୍ଷ ବାହାଘର ହୋଇଥିଲା। ଘରେ ତାଙ୍କର ପତ୍ନୀ ଏବଂ ବାପାମା’ ଅଛନ୍ତି।
Follow Us