ଦୁର୍ଘଟଣାରେ ଯୁବକ ମୃତ

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ହରିଚନ୍ଦନପୁର: ଜଂଘିରା-ହରିଚନ୍ଦନପୁର ରାସ୍ତାର ନଳପଙ୍ଗା ସ୍କୁଲ ନିକଟରେ ଆଜି ସନ୍ଧ୍ୟାରେ ଏକ ଚାରିଚକିଆ ଗାଡ଼ି ପଛରେ ସ୍କୁଟି ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ବୁଢ଼ାଖମଣ ପଞ୍ଚାୟତ ସହରଟାଙ୍ଗିରି ଗ୍ରାମର କୀର୍ତ୍ତନ ଦେହୁରୀଙ୍କ ପୁଅ ହରେକୃଷ୍ଣ (୧୯)।

ଗୁରୁତରଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ଘର ଗୋନାସିକା ଅଞ୍ଚଳରେ ବୋଲି ଜଣାପଡ଼ିଛି। ହରେକୃଷ୍ଣ ଏବଂ ଗୋନାସିକା ଅଞ୍ଚଳର ସମ୍ପୃକ୍ତ ଯୁବକ କେରଳରେ ରହି କାମ କରୁଥିଲେ। ସପ୍ତାହେ ତଳେ ଗାଁକୁ ଆସିଥିଲେ। ହରେକୃଷ୍ଣ ଓ ସମ୍ପୃକ୍ତ ଯୁବକ ଏକ ସ୍କୁଟିରେ ଜଂଘିରା ସାପ୍ତାହିକ ହାଟରୁ ଘରକୁ ଫେରୁଥିଲେ। ନଳପଙ୍ଗା ସ୍କୁଲ ନିକଟରେ ଆଗରେ ଯାଉଥିବା ଏକ ଚାରିଚକିଆ ଗାଡ଼ି ପଛରେ ସ୍କୁଟିଟି ଧକ୍କା ହେବାରୁ ଉଭୟ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହରେକୃଷ୍ଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତରଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe