ମଙ୍ଗୁଳି ଛକରେ ଗାଡ଼ି ଧକ୍କାରେ ଯୁବକଙ୍କ ଜୀବନଗଲା

ଅଜଣା ଗାଡ଼ି ଧକ୍କାରେ ସାଇକଲ ଚାଳକ ମୃତ

Amarujala

ହରିପୁର: କୁଆଖିଆ ଥାନା ଅଧୀନ ନରସିଂହପୁର ପଞ୍ଚାୟତ ହରିପୁର ଗ୍ରାମର ସୁଦର୍ଶନ ମହାନ୍ତିଙ୍କ ପୁଅ ସଂଗ୍ରାମ(୨୪)ଙ୍କର ମଙ୍ଗୁଳି ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଯାଜପୁର ସଦର ଥାନା ଅଧୀନ ଗୋପୀନାଥପୁରର ରାଧାଶ୍ୟାମ ଓଝା (୨୬) ମଧ୍ୟ ଆହତ ହୋଇଥିଲେ। ସୂଚନା ଅନୁଯାୟୀ, ଗତକାଲି ରାତିରେ ସଂଗ୍ରାମ ଓ ରାଧାଶ୍ୟାମ ବାଇକ୍‌ରେ ପୁରୀ ଯାଉଥିଲେ।

କଟକ ମଙ୍ଗୁଳି ଛକ ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା। ଫଳରେ ଦୁହେଁ ଗୁରୁତର ଆହତ ହୋଇଥିଲେ। ପଛରେ ଆସୁଥିବା ଦୁଇସାଙ୍ଗ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ସଂଗ୍ରାମଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ କଟକ ଠାରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା। ମୃତ ସଂଗ୍ରାମ ଟିଉସନ କରି ପରିବାର ପ୍ରତିପୋଷଣ କରୁଥିଲେ। ବାପା ମାନସିକ ଦିବ୍ୟାଙ୍ଗ ଓ ମାଆ ଶିଶୁ ବିଦ୍ୟାମନ୍ଦିର କର୍ମଚାରୀ। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ତାଙ୍କ ପରିବାର ଅସହାୟ ହୋଇପଡ଼ିଛନ୍ତି। ନରସିଂହପୁର ସରପଞ୍ଚ ପ୍ରଶାନ୍ତ କୁମାର ଦାସ, ରସୁଲପୁର ପୂର୍ବତନ ଉପାଧ୍ୟକ୍ଷ ଯତୀନ୍ଦ୍ର ସାହୁ, ସମାଜସେବୀ ପରମାନନ୍ଦ ସାହୁ କଟକରେ ପହଞ୍ଚି ଶେଷକୃତ୍ୟରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe