ବାଇକ୍‌ ଦୁର୍ଘଟଣାରେ ଯୁବକ ମୃତ

Advertisment
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଦାବିରି ଗାଁ ନିକଟରେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଗଗନେଶ୍ବର ମାଝୀ (୨୫ବର୍ଷ) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ଘର ତୁରେକେଲା ବ୍ଲକ୍‌ କୁଇବାହାଲ ମାଝୀପଡ଼ାରେ ବୋଲି ଜଣାଡ଼ିଛି।

ପୁଲିସର ସୂଚନା ଅନୁସାରେ, ଦାବିରି ଗାଁ ପାଖ ରାସ୍ତାକଡ଼ ଜମିରେ ବାଇକ୍‌ ଆରୋହୀ ଗଗନେଶ୍ବର ପଡ଼ିଥିବା ସୋମବାର ସନ୍ଧ୍ୟାରେ ସୂଚନା ମିଳିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣିଥିଲା। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗଗନେଶ୍ବର ବାଇକ୍‌ (ଓଡି ୦୩ଟି ୧୩୭୮)ରେ ତୁରେକେଲା ପଟୁ କଣ୍ଟାବାଞ୍ଜି ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ମଙ୍ଗଳବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ସତ୍ୟଜିତ କନ୍ଦଳକେଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe