Amarujala
ଚମ୍ପୁଆ: ଚମ୍ପୁଆ ବ୍ଲକ୍ କାଞ୍ଜିଆଶୁଳା ନିକଟରେ ଯାତ୍ରୀବାହୀ ବସ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବାଉଁଶୁଳି ନିକଟସ୍ଥ ଭୁଲଦା ଗ୍ରାମର କ୍ଷୀରୋଦ ଦାୟକ (୪୫)। ପ୍ରାପ୍ତ ସୂଚନା ଅନୁସାରେ, କ୍ଷୀରୋଦ ରାଜମସ୍ତ୍ରି କାମ କରିବାକୁ ଶଶାଂ ଗ୍ରାମକୁ ଯାଇଥିଲେ। କାମ ସାରି ବାଇକ୍ରେ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ମହାଦେବ ନାମକ ଏକ ଯାତ୍ରୀବାହୀ ବସ୍ (ଓଡି-୦୯-ଆର୍-୦୫୯୨) ତାଙ୍କୁ କାଞ୍ଜିଆଶୁଳା ନିକଟରେ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ଘଟାଇବା ପରେ ବସ୍ ସହ ଚାଳକ ଚମ୍ପୁଆ ଥାନାରେ ଆତ୍ମସମର୍ପଣ କରିଛନ୍ତି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଡାକ୍ତରଖାନା ପଠାଇଛି।
Follow Us