ଦୁର୍ଘଟଣାରେ ଯୁବକ ଗୁରୁତର

Advertisment
ଦୁର୍ଘଟଣାରେ ଜଣେ ମୃତ

ପଦ୍ମପୁର: ସଦର ଥାନା ସମ୍ମୁଖ ରାସ୍ତା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଗୁରୁତର ହୋଇଥିବା ଡିମ୍ବୋ ଗ୍ରାମର ମଧୁରୀ ସାହୁଙ୍କ ପୁଅ ରାକେଶ କୁମାର ସାହୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁବରଣ କରିଛନ୍ତି। ୨ ତାରିଖ ସନ୍ଧ୍ୟା ସାଢେ ୭ଟା ବେଳେ(ଓଡି-୦୯-୧୪୧୭) ସେ ବାଇକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ।

ସଦର ଥାନା ପୁଲିସ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ମାତ୍ର ତାଙ୍କର ଅବସ୍ଥା ଅତି ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ୫ଦିନଧରି ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ମରଶରୀରକୁ ଡିମ୍ବୋ ଗ୍ରାମକୁ ଆଣାଯାଇ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ରାକେଶଙ୍କ ଅକାଳ ବିୟୋଗରେ ଡିମ୍ବୋ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe