ରାମେଶ୍ବର ନିକଟରେ ଦୁର୍ଘଟଣା: ‘ସମ୍ବାଦ’ ପ୍ରତିନିଧିଙ୍କ ସମେତ ୪ ଗୁରୁତର

Advertisment

ରାମେଶ୍ବର ଦର୍ଶନରେ ବାହାରିଥିବା ‘ସମ୍ବାଦ’ ପଡ଼ିଆ ବ୍ଲକ୍‌ ପ୍ରତିନିଧି ପ୍ରଶାନ୍ତ କୁମାର ସାହୁ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ସହ ଅନ୍ୟ ୩ଜଣ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ରାମେଶ୍ବର ଦର୍ଶନରେ ବାହାରିଥିବା ‘ସମ୍ବାଦ’ ପଡ଼ିଆ ବ୍ଲକ୍‌ ପ୍ରତିନିଧି ପ୍ରଶାନ୍ତ କୁମାର ସାହୁ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ସହ ଅନ୍ୟ ୩ଜଣ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

kfhhkfhfkhk

ମାଲକାନଗିରି: ରାମେଶ୍ବର ଦର୍ଶନରେ ବାହାରିଥିବା ‘ସମ୍ବାଦ’ ପଡ଼ିଆ ବ୍ଲକ୍‌ ପ୍ରତିନିଧି ପ୍ରଶାନ୍ତ କୁମାର ସାହୁ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ସହ ଅନ୍ୟ ୩ଜଣ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ପ୍ରଶାସନ ଏବଂ ସରକାରଙ୍କ ସହଯୋଗରେ ଉତ୍ତମ ଚିକିତ୍ସା ସହ ଘରକୁ ଫେରିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ତିରୁପତି ଦର୍ଶନ ପରେ ପ୍ରଶାନ୍ତଙ୍କ ସହ ସୌରଭ ମଣ୍ଡଳ, ରାଜେଶ ଓଝା ଏବଂ ବିଦ୍ୟୁତ୍‌ ବୈରାଗୀ ବୋଲେରୋ ଯୋଗେ ଗତକାଲି ରାତିରେ ରାମେଶ୍ବର ଅଭିମୁଖେ ବାହାରିଥିଲେ। ରାମେଶ୍ବର ଠାରୁ ୨୦କିଲୋମିଟର ଦୂର ରମାପୁରମ୍‌ ନିକଟରେ ଆଜି ସକାଳ ପ୍ରାୟ ୬ଟାରେ ଗୋଟିଏ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା ବୋଲେରୋ। ଯାହାଫଳରେ ବୋଲେରୋର ସମ୍ମୁଖ ଭାଗ ଚୂରମାର ହୋଇଯାଇଥିବା ବେଳେ ୪ ସମ୍ବାଦିକ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ଓ ପୁଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। 

ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ଜୀବନ ବିପଦମୁକ୍ତ ଥିବା ଜଣାପଡ଼ିଛି। ତେବେ ବିଦ୍ୟୁତ୍‌ ବୈରାଗୀଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବାରୁ ଅସ୍ତ୍ରୋପଚାର ହେବ ବୋଲି ସୂଚନା ମିଳିଛି। ଆଜି ସକାଳେ ମାଲକାନଗିରିରେ ଏହି ଖବର ପହଞ୍ଚିବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ଏ ନେଇ ଜିଲ୍ଲାପାଳ ରାକେଶ ଈଶ୍ବର ପାଟିଲଙ୍କୁ ଅବଗତ କରିବାରୁ ତାମିଲନାଡ଼ୁ ପ୍ରଶାସନ ସହ ସହାୟତା ନିମନ୍ତେ ଯୋଗାଯୋଗ କରିଥିଲେ। ସେହିପରି ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ମଧ୍ୟ ଏହି ବିଷୟରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସମସ୍ତଙ୍କୁ କିଭଳି ଉତ୍ତମ ଚିକିତ୍ସା ଯୋଗାଇ ଦିଆଯିବ ଏବଂ ସୁସ୍ଥ ହୋଇ ଫେରିବେ ସେହି ବ୍ୟବସ୍ଥା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe