iStock
ଇବ୍ ଥର୍ମାଲ:ରମ୍ପେଲା ପଞ୍ଚାୟତ ମୁଣ୍ଡାପଡ଼ା ପେଟ୍ରୋଲ ପମ୍ପ ପାଖ ରାସ୍ତା କଡରେ ଏକ ଅଜଣା ବଲେରୋ ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ରମ୍ପେଲା ପଞ୍ଚାୟତ ବାଲିଜଂଘା ଗ୍ରାମର ସୁରେଶ ସା (୬୦)। କୌଣସି କାମରେ ସେ ଚାରପାଲି ବସଷ୍ଟାଣ୍ଡ ପଟକୁ ଯାଉଥିଲେ।
ଏହି ସମୟରେ କୁମ୍ଭାରବନ୍ଧ ପଟକୁ ଯାଉଥିବା ଏକ ବୋଲେରୋ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ସୁରେଶଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ରଘୁନନ୍ଦନ ପଣ୍ଡା ଉଦ୍ଧାର କରି ବୁର୍ଲା ଡ଼ାକ୍ତରଖାନାକୁ ପଠାଇଥିଲେ।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁରେଶଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
Follow Us