ବାଇକ୍‌ ଦୁର୍ଘଟଣାରେ ଆହତ ବାପାଙ୍କ ମୃତ୍ୟୁ, ପୁଅ ଗୁରୁତର

ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଥାନା ତେଲିବନ୍ଧ ନିକଟରେ ଗତ ସୋମବାର ଏକ ବାଇକ୍‌ ଦୁର୍ଘଟଣାରେ ବାପ-ପୁଅ ଗୁରୁତର ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସୂଚନାନୁସାରେ, ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଚଣ୍ଡୀଗଡ଼ ଗ୍ରାମର ପ୍ରଭଞ୍ଜନ ବେହେରା (୩୮), ତାଙ୍କ ବାପା ଚକ୍ରଧର ବେହେରା (୬୪) ଓ ଝିଅ ଆରଧ୍ୟାଙ୍କ ସହ ବାଉଁଶୁଣୀରୁ ଏକ ମୃତାହ କାର୍ଯ୍ୟରେ ଯୋଗ ଦେଇ ସୋମବାର ଅପରାହ୍ନ ୪ଟା ବେଳେ ବାଇକରେ ଘରକୁ ଫେରୁଥିଲେ। ମାତ୍ର ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ତେଲିବନ୍ଧ ବାହାଲ ପୋଲ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯିବାରୁ ୩ ଜଣ ଯାକ ଛିଟିକି ପଡ଼ିଥିଲେ। ଏଥିରେ ପ୍ରଭଞ୍ଜନ ଓ ଚକ୍ରଧର ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ଅବସ୍ଥା ସଂକଟାପନ୍ନ ଥିବାରୁ ଉଭୟଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଚକ୍ରଧରଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରଭଞ୍ଜନ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe