ପୋଢ଼ହଳ ପୋଲରେ ଦୁର୍ଘଟଣା, ବାଡ଼ା ଉପରକୁ ଚଢ଼ିଗଲା ଟ୍ରକ୍‌

Advertisment
ପୋଢ଼ହଳ ପୋଲରେ ଦୁର୍ଘଟଣା, ବାଡ଼ା ଉପରକୁ ଚଢ଼ିଗଲା ଟ୍ରକ୍‌

ହରଭଙ୍ଗା: ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ପୋଢ଼ହଳ ପୋଲରେ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଉକ୍ତ ଟ୍ରକ୍‌ଟି ପୋଲର ବାଡ଼ା ଉପରକୁ ଚଢ଼ିଯାଇ ଫସିଯାଇଛି। ଗାଡ଼ିର ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ପୁରୁଣାକଟକ ସିଏଚ୍‌ସିକୁ ଚିକିତ୍ସା ପାଇଁ ନିଆଯାଇଥିଲା।

ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ସେଠାରୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଗାଡ଼ିଟି ବୌଦ୍ଧ ପଟୁ ଦଶପଲ୍ଲା ପଟକୁ ଯାଉଥିଲା। ଖବର ପାଇ ଆଡେନିଗଡ଼ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe