ଆଠଗଡ଼: ସ୍କୁଲ ପିଲା ପରେଡରେ ଅଂଶଗ୍ରହଣ କରିବାକୁ ପିକ୍ଅପ୍ ଭ୍ୟାନ୍ରେ ଯାଉଥିଲେ। ତେବେ ଅଧାରାସ୍ତାରେ ପିକ୍ଅପ୍ ଭ୍ୟାନ୍ଟି ଓଲଟି ପଡ଼ିଛି । ଦୁର୍ଘଟଣାରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କଟକ ଜିଲ୍ଲା ବାଙ୍କି ଥାନା ନିକଟରେ ଏଭଳି ଦୁର୍ଘଟଣା ଘଟିଛି ।
ସୂଚନାନୁସାରୁ, ମାଳବିହାରାପୁର ହାଇସ୍କୁଲର ପିଲାମାନେ ନିଜ ସ୍କୁଲର ଗଣତନ୍ତ୍ର ଦିବସ ସାରି ସରଣ୍ଡା ପରେଡ ଗ୍ରାଉଣ୍ଡକୁ ଯାଉଥିଲେ । ସେଠାରେ ଛାତ୍ରଛାତ୍ରୀମାନେ ହେବାକୁ ଥିବା ପରେଡରେ ଅଂଶଗ୍ରହଣ କରିଥାନ୍ତେ । ହେଲେ ନଟିଆ ବର ନିକଟରେ ଭାରସାମ୍ୟ ହରାଇ ଭ୍ୟାନ୍ଟି ଓଲଟି ପଡିଥିଲା ।
ଫଳରେ ୨୩ ଜଣ ପିଲା ଆହତ ହୋଇ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା କଟକ ସ୍ଥାନାନ୍ତରିତ କରାଯାଇଛି । ହେଲେ କଟକ ଯିବା ବାଟରେ ମାଧପୁର ନିକଟରେ ସୌମ୍ୟରଞ୍ଜନ ବେହେରା ନାମକ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଯାଇଥିଲା ।
ଅଧିକ ପଢ଼ନ୍ତୁ: ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା: ଟ୍ରକ୍କୁ ପଛରୁ ପିଟିଲା ଟ୍ରାକ୍ସ
ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଛି । ଆଠଗଡ଼ ଡାକ୍ତରଖାନାରେ ଆଠଗଡ଼ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର ମଲ୍ଲିକ, ତହସିଲଦାର କ୍ଷେତ୍ର ମୋହନ ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଅଧିକ ପଢ଼ନ୍ତୁ: ପୂର୍ବ ସରକାର ସମୟରେ ଓଡିଶା ଅଭିଶପ୍ତ ଥିଲା: ମନମୋହନ ସାମଲ