ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

Advertisment
ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

image source--news first

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଗଉଡୁଣୀ ପୋଖରୀ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତକଙ୍କ ନାମ ସନ୍ତୋଷ କୁମାର ରାଉତ ବୋଲି ଜଣାଯାଇଛି। ତାଙ୍କର ବୟସ ୨୩ ବର୍ଷ ବୋଲି ବି ଜଣାଯାଇଛି। ତାଙ୍କ ଘର ବାଲେଶ୍ୱରସ୍ଥିତ ପାତ୍ରପଡ଼ା ଅଞ୍ଚଳରେ ବୋଲି ବି ସୂଚନା ମିଳିଛି।

ସନ୍ତୋଷ ନିଜ ସାଙ୍ଗମାନଙ୍କ ସହ ସୋରରୁ ବାଲେଶ୍ୱର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ସନ୍ତୋଷ କୁମାର ରାଉତଙ୍କ ବାଇକକୁ ପଛପଟୁ ଏକ ଟ୍ରକ୍ ଧକ୍କା ଦେବାଫଳରେ ସେ ଗୁରୁତର ହୋଇଥିଲେ।। ଘଟଣାସ୍ଥଳରେ ହିଁ ସନ୍ତୋଷଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।ଏହି ଦୁର୍ଘଟଣା ରାତି ପ୍ରାୟ ଗୋଟାଏ ବେଳେ ଘଟିଥିବା ଜଣାଯାଇଛି।

Image result for balasore dist medical image source-gmchbalasore.infocreatives.com/

ଅପରପକ୍ଷରେ ଅନ୍ୟ ଜଣେ ଆହତ ଯୁବକଙ୍କୁ ଶେରଗଡ଼ ଟୋଲଗେଟ୍ କର୍ମଚାରୀ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାଯାଇଛି।ଏଣେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି। ଏହି ରିପୋର୍ଟ ପ୍ରସ୍ତୁତ ହେବା ବେଳକୁ ଦୁର୍ଘଟଣା ଘଟାଇଥିବା ଗାଡ଼ି ସଂପର୍କରେ କିଛି ସୂଚନା ମିଳି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe