ବଲାଙ୍ଗୀର: ଟାଉନ ଥାନା ସମ୍ମୁଖରେ ଟ୍ରକ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ, ଚାଳକ ଅଟକ

Advertisment
ବଲାଙ୍ଗୀର: ଟାଉନ ଥାନା ସମ୍ମୁଖରେ ଟ୍ରକ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ, ଚାଳକ ଅଟକ

ବଲାଙ୍ଗୀର: ବଲାଙ୍ଗୀର ସହରର ଟାଉନ ଥାନା ସମ୍ମୁଖରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲାର ଚନ୍ଦନଭାଟି ଗାଁର ସୌକୀ ସାହୁ ନିଜ ସ୍ତ୍ରୀ ରଜନୀ ସାହୁଙ୍କୁ ବଲାଗିଂର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ଚିକିତ୍ସା ପାଇଁ ଯାଉଥିଲେ । ଟାଉନ ଥାନା ସମ୍ମୁଖରେ ପୁଲିସ ଉପସ୍ଥିତିରେ ଏକ ଲାଇନ ଟ୍ରକ୍ ସୌକୀଙ୍କ ଏକ୍ସସେଲ ସୁପର ଗାଡିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ରଜନୀଙ୍କର ମୃତ୍ୟୁ ହୋଇଥିଲା ଦୁର୍ଘଟଣା ଘଟାଇ ପୁଲିସର ଉପସ୍ଥିତିରେ ବି ଟ୍ରକ୍ ଚାଳକ ଦ୍ରୁତ ଗତିରେ ଗାଡ଼ି ଚଳାଇ ଚାଲିଯାଇଥିଲେ। କିନ୍ତୁ ପୁଲିସ ତାର ପିଛି କରି କିଛି ଦୂରରେ ଉକ୍ତ ଟ୍ରକକୁ ଜବତ କରିବା ସହ ଟ୍ରକ୍ ଚାଳକକୁ ଥାନାରେ ଅଟକ ରଖାଯାଇଥିବା ଜଣାଯାଇଛି। ଏହି ଘଟଣା ଏବେ ବଲାଙ୍ଗୀର ସହରରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe