ଫୁଲ ତୋଳିବାକୁ ଯାଉଥିବା ବେଳେ ମହିଳାଙ୍କୁ ଧକ୍କା ଦେଲା କ୍ରେନ୍‌, ଘଟଣାସ୍ଥଳରେ ମୃତ୍ୟୁ

Advertisment
ଫୁଲ ତୋଳିବାକୁ ଯାଉଥିବା ବେଳେ ମହିଳାଙ୍କୁ ଧକ୍କା ଦେଲା କ୍ରେନ୍‌, ଘଟଣାସ୍ଥଳରେ ମୃତ୍ୟୁ

image source-new indian express

ଆଠଗଡ଼: କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡ଼ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି। ଏଠାରେ ଏକ କ୍ରେନ୍‌ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡ଼ ଥାନା ଅନ୍ତର୍ଗତ ରାଧାଗୋବିନ୍ଦପୁର ଛକ ନିକଟରେ ସେହି ଗାଁର ସୁଷମା ସାହୁ ସକାଳ ସାଢେ ୭ଟା ସମୟରେ ଫୁଲ ତୋଳିବାକୁ ବାହାରିଥିଲେ। ସେ ରାସ୍ତା ପାର ହେବାକୁ ଯାଉଥିବା ବେଳେ ତାଙ୍କୁ ଏକ କ୍ରେନ୍‌ ଜୋରରେ ଧକ୍କା ଦେଇଥିଲା। ଏହାଫଳରେ ଦୁର୍ଘଟଣାସ୍ଥଳରେ ସୁଷମା ସାହୁଙ୍କର ମୃତ୍ୟୁ ଘଟିଛି।

ଦୁର୍ଘଟଣା ପରେ କ୍ରେନ୍‌ ଏକ ଘରେ ପଶିଯାଇଥିବା ଜଣାଯାଇଛି। ଏହାଫଳରେ ଘରଟି କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ତେବେ ଦୁର୍ଘଟଣା ଘଟାଇବା ପରେ କ୍ରେନ୍‌ ଚାଳକ ଦୁର୍ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା କୁହାଯାଉଛି।

ମୃତକ ସୁଷମା ସାହୁଙ୍କ ବୟସ ୪୦ ବର୍ଷ ଏବଂ ସେ ରାଧାଗୋବିନ୍ଦପୁରର ସୁଶାନ୍ତ ସାହୁଙ୍କ ସ୍ତ୍ରୀ ବୋଲି ଜଣାଯାଇଛି। ଦୁର୍ଘଟଣାସ୍ଥଳରେ ଆଠଗଡ଼ ଥାନା ପୁଲିସ୍ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ଆଠଗଡ଼ ଡାକ୍ତରଖାନାକୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe