ଭାରସାମ୍ୟ ହରାଇ ବାଇକରୁ ପଡି ଯୁବକଙ୍କ ମୃତ୍ୟୁ

ଚେକଗେଟରେ ପିଟିହେଲା ବାଇକ୍, ଉପଖଣ୍ଡ ସମାଜିକ ସୁରକ୍ଷା ଅଧିକାରୀ ମୃତ

jang.com.pk

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବୁଢୀଦର ମଣ୍ଡି ଠାରେ ଜଣେ ଯୁବକ ଭାରସାମ୍ୟ ହରାଇ ବାଇକରୁ ପଡି ମୃତ୍ୟୁ ବରଣ କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କୋକସରା ଥାନା ଅନ୍ତର୍ଗତ ସର୍ଗିଗୁଡା ଗ୍ରାମର କ୍ଷିତିଶ ତେଜି(୨୭) କୌଣସି କାମରେ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବାଙ୍କପଲାସ ଗ୍ରାମକୁ ଯାଇଥିଲେ । ସେଠାରୁ କାମ ସାରି ଫେରୁଥିବା ବେଳେ ବୁଢ଼ୀଦର ମଣ୍ଡି ନିକଟରେ ଭାରସାମ୍ୟ ହରାଇ କେନାଲ ଭିତରେ ପଡିଯାଇଥିଲେ । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବକୁ ଜବତ କରି ଜୁନାଗଡ଼ ଡାକ୍ତରଖାନାରେ ଶବ ଆଣି ରଖିଛନ୍ତି । ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe