ଦୁଇ ବାଇକ୍‌ ଧକ୍କା: ଜଣେ ମୃତ, ଜଣେ ଗୁରୁତର

Advertisment
ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

ଡୁଙ୍ଗୁରିପାଲି/ଲଛିପୁର: ଡୁଙ୍ଗୁରିପାଲି ଥାନା ଲଛିପୁର ଫାଣ୍ଡି ଅନ୍ତର୍ଗତ ସିଆଲି ଠାରେ ଶନିବାର ପୂର୍ବାହ୍ନ ୧୧ଟାରେ ଦୁଇ ବାଇକ୍‌ ମଧ୍ୟରେ ଧକ୍କା ହେବାରୁ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି।  ପ୍ରାପ୍ତ ସୂଚନାରୁ ପ୍ରକାଶ ଲଛିପୁର ଫାଣ୍ଡି ଅନ୍ତର୍ଗତ ମହଦା ଗ୍ରାମର ପୀତବାସ ନାୟକ (୨୮) ଓ ପୌଲସ୍ତି ବାଗ (୩୨) ବାଇକରେ ଯାଉଥିବା ବେଲେ ସିଆଲିଠାରେ ଉଭୟଙ୍କ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା।

ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଅଣାଯିବା ପରେ ଡାକ୍ତର ପୀତବାସ ନାୟକଙ୍କୁ ମୃତ ଘୋଷଣା କରିଥିଲେ। ପୌଲସ୍ତିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଲଛିପୁର ଫାଣ୍ଡି ଅଧିକାରୀ ରଞ୍ଜୟ ନାୟକ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe