ବାଇକ୍ ଦୁର୍ଘଟଣାରେ ଯୁବତୀ ମୃତ

ଅଜଣା ଗାଡ଼ି ଧକ୍କାରେ ସାଇକଲ ଚାଳକ ମୃତ

Amarujala

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ରୋଡ଼ର ଜଣେ ବାଳିକାଙ୍କ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତକ ଜଣକ ରମେଶ ଚନ୍ଦ୍ର ମହାନ୍ତିଙ୍କ ଝିଅ ସୋନମ ମହାନ୍ତି ବୋଲି ଜଣାପଡ଼ିଛି।

ସୂଚନାମତେ, ସୋନମ ବିଏସ୍‌ସି ନର୍ସିଂ ସାରିବା ପରେ ଏକ ସ୍ବେଚ୍ଛାସେବୀ ସଂସ୍ଥାରେ କରୋନା ସମୟରେ କାମ କରୁଥିଲେ। ସେ ବହୁ ଲୋକଙ୍କୁ କରୋନା ଟିକା ଦେଇଥିବା ବେଳେ ଆବଶ୍ୟକ ସେବା ମଧ୍ୟ ଯୋଗାଉଥିଲେ। ପରେ ଆଉ ଏକ ବେସରକାରୀ ସଂସ୍ଥାରେ ନିଯୁକ୍ତି ପାଇ ଗାଁ ଗାଁ ବୁଲି ଗାଁର ଭୌଗୋଳିକ ସ୍ଥିତିକୁ ନେଇ ସର୍ଭେ କରୁଥିଲେ।

ଲାଞ୍ଜିଗଡ଼ ବ୍ଲକରେ କିଛି ପଞ୍ଚାୟତର ସର୍ଭେ କାମ ସାରିବା ପରେ ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳକୁ ସଂସ୍ଥା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ଯାଇଥିଲା। ବୁଧବାର ସକାଳେ କାଶୀପୁରରୁ ମାଣ୍ଡିବିଶି ଗାଁକୁ ବାଇକ୍‌ରେ ସହକର୍ମୀଙ୍କ ସହ ଯାଉଥିବା ସମୟରେ ଏକ ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ସୋନମଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକରଛାୟା ‌ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe