stock.adobe.com
କାଳିଆପାଣି: କାଳିଆପାଣି ଥାନା ଖଣି ଅଞ୍ଚଳ ମୁଖ୍ୟ ରାସ୍ତା ଟମକା-ମଙ୍ଗଳପୁର ସଡ଼କର ଟାଟା ୧ନମ୍ବର ପରିତ୍ୟକ୍ତ ଖଣି ପାଖରେ ଆଜି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକ ବିନୋଦ ଆଲ୍ଡା(୨୭)ଙ୍କ ମୃତ୍ୟୁ ହୋଇଛି। ତାଙ୍କ ସହଯୋଗୀ ଦୁର୍ଗା ହେମ୍ବ୍ରମ(୩୩) ଗୁରୁତର ହୋଇଛନ୍ତି।
ଦୁହେଁ କୁସୁମୁଣ୍ଡିଆ ଗାଁ ମୁଣ୍ଡାସାହିର ବୋଲି ଜଣାପଡ଼ିଛି। ଉଭୟ ଏକ ବାଇକ୍ରେ କାଳିଆପାଣି ଅଞ୍ଚଳରେ ରହୁଥିବା ସଂପର୍କୀୟଙ୍କ ଘରକୁ ଆସୁଥିଲାବେଳେ ଦୁର୍ଘଟଣା ଘଟିଥିଲା। ଉଭୟଙ୍କୁ ଆମ୍ବୁଲାନ୍ସରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ବିନୋଦଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଦୁର୍ଗାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏ ସଂକ୍ରାନ୍ତରେ ଥାନାରେ ଏକ କେସ୍ ୭୧/୨୨ ରୁଜୁ ହୋଇଛି। ଉଭୟ ଗରିବ ଆଦିବାସୀ ପରିବାରକୁ ସହାୟତା ଦେବା ପାଇଁ ସାଧାରଣରେ ଦାବି ହୋଇଛି।
Follow Us