କାର୍‌-ବାଇକ୍ ଧକ୍କା, ଜଣେ ମୃତ

Advertisment
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

କୁଚିଣ୍ଡା: କୁଚିଣ୍ଡା-ତେଲିତିଲେଇମାଲ ରାସ୍ତାରେ ସୋମବାର ଏକ କାର୍ ଓ ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ ଗତକାଲି ଅପରାହ୍ନ ୨ଟା ବେଳେ ମହୁଲପାଲି ଥାନା ଅନ୍ତର୍ଗତ ଗୁରୁଆଁ ଗ୍ରାମର ଶ୍ରୀକାନ୍ତ ପଟେଲ (୩୫) ବାଇକ୍‌ (ଓଆର୍‌ ୧୫କ୍ୟୁ-୨୪୧୭) ଯୋଗେ କୁଚିଣ୍ଡାରୁ ତେଲିତିଲେଇମାଲ ଆଡ଼କୁ ଯାଉଥିଲେ।

ଏହି ସମୟରେ କୁସୁମୀ ପଟୁ ଆସୁଥିବା ଏକ ଟାଟା ସଫାରି କାର୍‌ ସହ ତାଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଶ୍ରୀକାନ୍ତ ଗୁରୁତର ଭାବେ ଆହତ ହୋଇଥିବା ବେଳେ କୁଚିଣ୍ଡା ପୁଲିସ୍‌ ତାଙ୍କୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାକୁ ଆଣିଥିଲା। ତେବେ ଏଠାରେ ପ୍ରାଥମିକ ଚିକିତ୍ସା ବେଳେ ଶ୍ରୀକାନ୍ତଙ୍କ ମୃତ୍ୟୁ ହୋଇଯାଇଥିଲା। ପୁଲିସ୍‌ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe