ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଅଜଣା ଗାଡ଼ି ଧକ୍କାରେ ସାଇକଲ ଚାଳକ ମୃତ

Amarujala

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଓପି ମିଲ୍‌ ନିକଟରେ ଶନିବାର ଦୁର୍ଘଟଣା ଘଟି ସୁଶୀଲ ଜୟପୁରିଆ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନୁଭବ କୁମ୍ଭାର ନାମକ ଯୁବକ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ମଣ୍ଡାଳିଆ କେନ୍ଦ୍ରୀୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଡାକ୍ତର ସୁଶୀଲଙ୍କୁ ମୃତ ଘୋଷଣା କରିଥିଲେ। ଅନୁଭବଙ୍କୁ ପ୍ରାଥମିକ ଚିକିତ୍ସା ପରେ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣା କେଉଁଠି, କେତେବେଳେ ଓ କିପରି ଘଟିଛି କିଛି ଜଣାପଡ଼ି ନାହିଁ। ଏ ନେଇ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁଙ୍କୁ ପଚାରିବାରୁ କେବଳ ୨ ଜଣଙ୍କ  କିଭଳି ଓ କେଉଁଠି ଦୃଘଟଣା ଘଟିଛି ତା’ର ତଦନ୍ତ କରୁଥିବା କହିଥିଲେ। ଅନ୍ୟପଟେ ଆଜି ଅପରାହ୍‌ଣ ୨ଟା ବେଳେ କିଛି ଯୁବକ ଚୋରି କରିବାକୁ ମିଲ ଭିତରେ ପଶିଥିଲେ। ଏ ସମ୍ପର୍କରେ ମିଲ୍‌ ପକ୍ଷରୁ ବ୍ରଜରାଜନଗର ପୁଲିସକୁ ଅବଗତ କରାଯାଇଥିଲା। ପୁଲିସ ଆସିବା ଜାଣି ପାରି ସେମାନେ ଚାଲି ଯାଇଥିଲେ ବୋଲି ସୁରକ୍ଷା ଅଧିକରୀ ଗୌତମ ତ୍ରିପାଠୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe