Image Courtesy of NDTV
ପାଣିକୋଇଲି: ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ତ୍ରିଲୋଚନପୁର (ମକୁନ୍ଦବିନ୍ଧା) ନିକଟରେ ଡିଭାଇଡରେ ବାଇକ ପିଟି ହୋଇ ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ଶକ୍ତି ପ୍ରସାଦ ଦାସ (୨୨)। ସେ ପରିବାର ସହ ଯାଜପୁରରୋଡ୍ର ଚୋରଦାରେ ରହୁଥିଲେ। ତାଙ୍କ ପିତା କଳିଙ୍ଗନଗର ଭିସା ଷ୍ଟିଲରେ ଚାକିରି କରୁଥିବା ଜଣାପଡ଼ିଛି। ଆଜି ସକାଳେ ଏକ ପଲସର ବାଇକ (ଓଡି ୩୪ ଏଫ ୨୯୫୭) ଯୋଗେ ସେ ପିପିଲି ଅଭିମୁଖେ ଯାଉଥିଲେ। କୌଣସି କାରଣରୁ ଭାରସାମ୍ୟ ହରାଇ ଡିଭାଇଡରେ ପିଟି ହୋଇ ଛିଟିକି ପଡ଼ିଥିଲେ।
ରାଜପଥ ପୋଟ୍ରୋଲିଂ ଅଧିକାରୀ ଅଶୋକ କୁମାର ବଳ ଓ ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୁପର ସଭାପତି ଅଶୋକ କୁମାର ଦାସ, ପ୍ରଦୀପ ମାଝୀ, ବିଜୁ ମାଝୀ, ସନ୍ତେଷ କୁମାର ବେହେରା ପହଞ୍ଚି ପାଟ୍ରୋଲିଂ ଭ୍ୟାନ୍ରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶକ୍ତିଙ୍କ ବ୍ୟାଗରେ ଥବା ସମସ୍ତ ଜିନିଷପତ୍ର ପାଣିକୋଇଲି ଥାନାରେ ଥିବା ପୁଲିସ କହିଛି।
Follow Us