ଚଣ୍ଡିଖୋଲ ଛକରେ ଦୁର୍ଘଟଣା, ଜଣେ ମୃତ

ଆଖିଫୁଟା ଗଣହତ୍ୟା ଘଟଣା: ତଥାପି ପୁଲିସ୍ ହାତ ଖାଲି

deccan herald

ଚଣ୍ଡିଖୋଲ: ଆଜି ସକାଳେ ଚଣ୍ଡିଖୋଲ ଛକରେ ଏକ ଟ୍ରକ ଚାପିଦେବାରୁ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃତ ଯୁବକ ହେଲେ ଯାଜପୁର ଜିଲ୍ଲା କୁଆଖିଆ ଥାନା ମିର୍ଜାପୁର ଗ୍ରାମର ଦିଲୀପ କୁମାର ସାହୁ (୩୬)। ସେ ଏକ ବାଇକରେ ଅନନ୍ତ କୁମାର ସାହୁଙ୍କୁ ବସାଇ ଆଜି ସକାଳ ୯ ଟାରେ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ଚଣ୍ଡିଖୋଲ ଛକରେ ସେମାନେ ଟ୍ରାଫିକ ସଙ୍କେତ ଅନୁଯାୟୀ ଆଗକୁ ଯାଉଥିବା ସମୟରେ ପଛପଟୁ ଏକ ଟ୍ରକ (ଓଡି ୧୬ବି-୬୦୧୧) ସେମାନଙ୍କ ଉପରେ ମାଡ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ ଚାଳକ ଦିଲୀପଙ୍କ ମୃତ୍ୟୁ ହୋଇଥିଲା। ଅନନ୍ତ ଗୁରୁତର ହୋଇଥିଲେ। ୧୦୮ ଆମ୍ବୁଲାନ୍ସରେ ତାଙ୍କୁ ପ୍ରଥମେ ବଡ଼ଚଣା ଡାକ୍ତରଖାନା ଓ ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ବଡ଼ଚଣା ଥାନା ଭାରପ୍ରାପ୍ତ ଅଧିକାରୀ ମହମ୍ମଦ ସୁରଜ ଓ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ଦିଲୀପ କୁମାର କାଣ୍ଡି ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏ ସଂକ୍ରାନ୍ତରେ ୬୮/୨୩ରେ ଏକ ମାମଲା ରୁଜୁ କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି ପୁଲିସ ତଦନ୍ତ ଚଳାଇଛି। ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ପାଇଁ ଏଠାରେ ପ୍ରାୟ ପ୍ରତିଦିନ ଦୁର୍ଘଟଣା ଘଟି ବହୁ ଲୋକ ମୃତାହତ ହେଉଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆଯାଉ ନଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe