ଡିଭାଇଡର୍‌କୁ ପିଟିଲା କାର୍‌, ଜଣେ ମୃତ

Advertisment
ଷ୍ଟେସନ ବାହାରୁ ଅଜଣା ଶବ ଅଦ୍ଧାର

deccan herald

ସମ୍ବଲପୁର: ଶାସନ ଥାନା ଜମାଦାର ପାଲି ନିକଟରେ ଏକ କାର୍‌ ଡିଭାଇଡର୍‌କୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଝାରସୁଗୁଡ଼ାର ଶୁଭମ ଟିବ୍ରିଵାଲ୍‌(୧୯)। ବୁଧବାର ସକାଳେ ଅମନ ଟିଗ୍ରିଵାଲ୍‌ଙ୍କ ସମେତ ମଧୁ ଟିବ୍ରିଵାଲ୍‌, ଏଶ୍ବର୍ଯ୍ୟା ଟିବ୍ରିଵାଲ୍‌, ପାୟଲ ଟିବ୍ରିଵାଲ୍‌ ଓ ଶୁଭମ ଟିବ୍ରିଵାଲ୍‌ କାର୍‌ (ଓଡି ୨୩ଏମ୍‌ ୨୨୩୩) ଯୋଗେ ସମ୍ବଲପୁର ଆସୁଥିଲେ।

ଦିନ ୧୨ ସମୟରେ ଜମାଦାରପାଲି ନିକଟରେ ଏକ ଗାଈ ତାଙ୍କ ଗାଡ଼ି ସମ୍ମୁଖକୁ ଚାଲି ଆସିଥିଲା। ଭାରସାମ୍ୟ ହରାଇ ଗାଡ଼ି ଡିଭାଇଡର୍‌ରେ ପିଟି ହୋଇ ଯାଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶୁଭମଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ନିତେଶ ଟିବ୍ରିଵାଲ୍‌ ଶାସନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ଗାଡ଼ିକୁ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe