ଇରିଗେସନ କଲୋନି ଛକରେ ଦୁର୍ଘଟଣା, ଜଣେ ମୃତ

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ଭବାନୀପାଟଣା: ଭବାନୀପାଟଣା ଇରିଗେସନ କଲୋନି ଛକ ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନାରୁ ପ୍ରକାଶ ଭବାନୀପାଟଣା ସହରରୁ ବାଇକ (ଓଡି୦୮ଡି-୧୫୭୪)ରେ ସୁମନ୍ତ ପୁଝାରୀ ଓ ମାନସ ରାଉତ ମେଦିନୀପୁରକୁ ଯାଉଥିଲେ।

ଏହି ସମୟରେ ରୋଜନାଗୁଡ଼ାର ଗଙ୍ଗା ପଟେଲ ନିଜର ଅଟୋ (ଓଡି୦୮ଏଲ-୬୨୨୨)କୁ ରାସ୍ତା କଡ଼ରେ ରଖି ରାସ୍ତା ପାରି ହେଉଥିବା ବେଳେ ବାଇକଟି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଗଙ୍ଗା ପଟେଲଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଖବର ପାଇ ଏସ୍‌ଆଇ ବିର୍ମଲ ସୋରେନ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe