ବ୍ରାହ୍ମଣୀ ନଦୀ ବ୍ରିଜରୁ ତଳକୁ ଖସିଲା ଟ୍ରେଲର୍: ଜଣଙ୍କର ମୃତ୍ୟୁ, ଆଉଜଣେ ଗୁରୁତର

Advertisment
ବ୍ରାହ୍ମଣୀ ନଦୀ ବ୍ରିଜରୁ ତଳକୁ ଖସିଲା ଟ୍ରେଲର୍: ଜଣଙ୍କର ମୃତ୍ୟୁ, ଆଉଜଣେ ଗୁରୁତର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାର କମଗରା ନିକଟ ବ୍ରାହ୍ମଣୀ ନଦୀ ବ୍ରିଜରୁ ଆଜି ସକାଳେ ଏକ ଟ୍ରେଲର ଖସିପଡ଼ିଥିବାର ଖବର ମିଳିଛି। ଏହାଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏଣେ ଆଉଜଣେ ଗୁରୁତର ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଏକ ଟ୍ରେଲର କାମାକ୍ଷାନଗର ପଟୁ ଆସୁଥିବା ବେଳେ ଭାରସାମ୍ୟ ହରାଇ କମଗରା ନିକଟ ବ୍ରାହ୍ମଣୀ ନଦୀ ବ୍ରିଜ ଉପରୁ ତଳକୁ ଖସିପଡ଼ିଥିଲା। ଏହାଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି। ଏଣେ ଆଉଜଣେ ଜଣେ ଗୁରୁତର ହୋଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବିଭାଗ ଓ ସଦର ଥାନା ପୁଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଥିବା ଜଣାଯାଇଛି।ଗୁରୁତରଙ୍କ  ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି। ତେବେ ଏଯାଏ ଉଭୟଙ୍କର ପରିଚୟ ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe