ଦୁର୍ଘଟଣାରେ ପୋଲ ତଳେ ପଡି ପିଇଓଙ୍କ ମୃତ୍ୟୁ

Advertisment
ପ୍ରାଣ ନେଇଗଲେ କୁକୁର, ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

Onmanorama

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ବାଇଶିପଡା ପିଛିଲା ପୋଲରେ ବାଇକ ଦୁର୍ଘଟଣା ଘଟି ମହାଲ୍ଲିକପଡା ପଂଚାୟତର ପିଇଓ ପ୍ରଦତ୍ତ ଭୋକ୍ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ମୁତାବକ ପ୍ରଦତ୍ତ ଭୋକ୍ତା ଆଜି ମହାଲ୍ଲିକପଡା ପଞ୍ଚାୟତରୁ ପୁରୁଣାକଟକ ସ୍ଥିତ ନିଜ ବାସଭବନକୁ ଓଡି ୨୭ ବି ୪୭୪୧ ନଂ ବାଇକ ଯୋଗେ ପୂର୍ତ୍ତରାସ୍ତା ଦେଇ ଫେରୁଥିଲେ। ବାଟରେ ସଂଧ୍ୟା ସାଢେ ୭ଟା ସମୟରେ ବାଇଶିପଡା ପିଛିଲା ପୋଲ ପାର୍ଶ୍ଵ ପିଲର ଦେହରେ ବାଇକ ଧକ୍କା ହେବାରୁ ସେ ଫିଙ୍ଗିହୋଇ ପ୍ରାୟ ୨୦ ଫୁଟ ତଳକୁ ଖସି ପଡ଼ିଥିଲେ।

ଦୁର୍ଘଟଣା ଶବ୍ଦ ଶୁଣି ଆଖ ପାଖରେ ଥିବା ଲୋକେ ଧାଇଁ ଆସି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ପୁରୁଣାକଟକ ମେଡିକାଲକୁ ନେଇଥିଲେ। ତେବେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ଖବର ପାଇ ହରଭଙ୍ଗା ପୋଲିସ ପୁରୁଣାକଟକ ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇଥିବା ଜଣାପଡିଛି। ଶ୍ରୀ ଭୋକ୍ତା ଜଣେ ମେଳାପୀ ସ୍ୱଭାବର ମଣିଷ ଥିଲେ। ସେ ବିଭିନ୍ନ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ୟୋକ୍ତା ଭାବେ ଜଣାଶୁଣା ଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରଘଟ ହେବା ମାତ୍ରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe