ଖଣ୍ଡଗିରି: ବର୍ତ୍ତମାନ ସଡ଼କ ସୁରକ୍ଷା ମାସ ଚାଲିଥିବା ବେଳେ ରାଜଧାନୀରେ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଆରମ୍ଭରୁ କମିସନରେଟ୍ ପୁଲିସ ଅଧୀନରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୪୦ ଟପି ସାରିଲାଣି। ପ୍ରତିଦିନ ଦୁଇରୁ ତିନିଜଣ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ଉଦ୍ବେଗଜନକ ରହିଛି। ବାରମ୍ବାର ଦୁର୍ଘଟଣା ଘଟୁଥିବା ସତ୍ତ୍ବେ ଜାତୀୟ ରାଜପଥରେ ଦୁର୍ଘଟଣାପ୍ରବଣ ଅଞ୍ଚଳ ଚିହ୍ନଟ କରିବାରେ ଏନ୍ଏଚ୍ଏଆଇ ବିଫଳ ହେଉଛି। ଫଳରେ ଜାତୀୟ ରାଜପଥ ଓ ସର୍ଭିସ୍ରୋଡ୍ସଂଯୋଗ ସ୍ଥଳୀରେ ଦୁର୍ଘଟଣା ବୃଦ୍ଧି ପାଇବାକୁ ଲାଗିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସହର ଭିତର ଅପେକ୍ଷା ଉପକଣ୍ଠ ଅଞ୍ଚଳରେ ମୃତ୍ୟୁହାର ଅଧିକ ରହୁଛି।
Industries: ଶିଳ୍ପ ବିହୀନ ନବରଙ୍ଗପୁର ଜିଲ୍ଲାକୁ ଉତ୍କର୍ଷ ଓଡ଼ିଶାରେ ସାମିଲ କରାଯିବ: ଶିଳ୍ପମନ୍ତ୍ରୀ
ସୂଚନାଯୋଗ୍ୟ ଯେ ପିତାପଲ୍ଲୀ ଛକଠାରୁ ପଳାଶୁଣୀ ଛକ ମଧ୍ୟରେ ୪୮ଟି ଡାଇଭର୍ସନ୍ରହିଛି। ଏହି ସ୍ଥାନଗୁଡ଼ିକରେ ରାସ୍ତାଗୁଡ଼ିକ ଅପେକ୍ଷାକୃତ ସଂକୀର୍ଣ୍ଣ ହେଉଥିବାରୁ ଗାଡ଼ିର ବେଗ କମାଇବା ଲାଗି ସୂଚନାଫଳକ ଲାଗିଥାଏ। ମାତ୍ର ଏହି ବେଗ ହ୍ରାସ ସୂଚନାଫଳକ ସମସ୍ତ ଡାଇଭର୍ସନ୍ରେ ଦେଖିବାକୁ ମିଳୁନାହିଁ। ସେହିଭଳି କ୍ରମାଗତ ତିନିବର୍ଷ ମଧ୍ୟରେ ଗୋଟିଏ ସ୍ଥାନରେ ୫ରୁ ଅଧିକ ଦୁର୍ଘଟଣା ଘଟିବା କିମ୍ବା ଦୁର୍ଘଟଣାରେ ୧୦ରୁ ଅଧିକ ଜୀବନ ଗଲେ ସେହିସ୍ଥାନକୁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ବା ବ୍ଲାକ୍ସ୍ପଟ୍ଘୋଷଣା କରାଯିବା କଥା। ମାତ୍ର ଏଭଳି ହେଉନାହିଁ। ଏପରିକି ଏହି ସବୁ ସ୍ଥାନରେ ରମ୍ବଲର୍ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ବ ଦେଉନାହାନ୍ତି।
Horoscope 2026 January 26: ଜାଣନ୍ତୁ ଆଜିର ରାଶିଫଳ
ଉପକଣ୍ଠ ଗଙ୍ଗପଡ଼ା ଛକରୁ ଓଗାଳପଡ଼ା ଛକ ପର୍ଯ୍ୟନ୍ତ ୪ କିମି ରାସ୍ତାରେ ଗତବର୍ଷ ସଡ଼କ ଦୁର୍ଘଟଣାରେ ୩୪ଜଣଙ୍କ ମୃତ୍ୟୁ ଘଟିଥିଲା। ଚଳିତ ବର୍ଷ ପ୍ରଥମ ମାସ ଶେଷ ନ ହେଉଣୁ ମୃତ୍ୟୁସଂଖ୍ୟା ୬ରେ ପହଞ୍ଚିଲାଣି। ତଥାପି ଏପର୍ଯ୍ୟନ୍ତ ଏହି ଅଞ୍ଚଳକୁ ବ୍ଲାକ୍ସ୍ପଟ୍ଘୋଷଣା କରାଯାଇ ନାହିଁ କିମ୍ବା ମେଡିଆନ୍ଉପରେ ବ୍ୟାରିକେଡ୍ନିର୍ମାଣ କରାଯାଇ ନାହିଁ। ଓଗାଳପଡ଼ା ନିକଟରେ ଫୁଟ୍ଓଭର୍ବ୍ରିଜ୍ଟି ନାମକୁ ମାତ୍ର ଥିବା ବେଳେ ରାସ୍ତା ପାର କରିବା ସମୟରେ ପ୍ରତିମାସରେ ଦୁଇଜଣଙ୍କ ଜୀବନ ଯାଉଛି। ସେହିଭଳି ଉପକଣ୍ଠ ହଂସପାଳରୁ ପଳାଶୁଣୀ ମଧ୍ୟରେ ଗତବର୍ଷ ୫୦ରୁ ଅଧିକ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଥିଲା। ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ମେଡିଆନ୍ଉପରେ ଗଳାବାଟ ତଥା ଖୋଲାମେଲା ମେଡିଆନ୍କାରଣରୁ ଅଧିକାଂଶ ସମୟ ଦୁର୍ଘଟଣା ଘଟୁଛି। ସେହିପରି କିଛି ସ୍ଥାନରେ ଗାଡ଼ିର ବେଗ ୨୦କିମି ପ୍ରତିଘଣ୍ଟା ଲେଖାଯାଇଥିବା ବେଳେ ମାତ୍ର ୨୦ ମିଟର ପରେ ଗାଡ଼ିର ବେଗ ୫୦କିମି ପ୍ରତିଘଣ୍ଟା ଲେଖାଯାଉଛି। କିଛିକିଛି ସ୍ଥାନରେ ସୂଚନାଫଳକ ଉପରକୁ ଗଛ ମାଡ଼ିଯାଇଥିବାରୁ ଏହା ସ୍ପଷ୍ଟ ଜଣାପଡ଼ୁନାହିଁ। ତୁରନ୍ତ ଦୁର୍ଘଟଣାପ୍ରବଣ ସ୍ଥାନଗୁଡ଼ିକୁ ଚିହ୍ନଟ କରିବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/26/hsfhfsfvxb-2026-01-26-03-06-30.jpg)