ନିଜର ଅସାବଧାନତା ଯୋଗୁଁ ଟ୍ରକ୍ ଚକ ତଳେ ଚାପି ହୋଇଗଲେ ବାଇକ୍ ଚାଳକ, ସ୍ତ୍ରୀଙ୍କ ସାମନାରେ ମୃତ୍ୟୁ

Advertisment
ନିଜର ଅସାବଧାନତା ଯୋଗୁଁ ଟ୍ରକ୍ ଚକ ତଳେ ଚାପି ହୋଇଗଲେ ବାଇକ୍ ଚାଳକ, ସ୍ତ୍ରୀଙ୍କ ସାମନାରେ ମୃତ୍ୟୁ

ସିମୁଳିଆ: ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଅନ୍ତର୍ଗତ ଅଞ୍ଚଳରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାଯାଇଛି । ନିଜର ଅସାବଧାନତା ଯୋଗୁଁ ଚାଳକଙ୍କ ଘଟଣାସ୍ଥଳରେ ପ୍ରାଣହାନି ଘଟିଛି। ମୃତ ବ୍ୟକ୍ତି ଭଦ୍ରକ ଅଞ୍ଚଳର ଶେଖ୍‌ ହବିବୁର୍‌ ରେହମାନ୍‌ ବୋଲି ଜଣାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ଶେଖ୍‌ ହବିବୁର୍‌ ରେହମାନ୍‌ ଓ ତାଙ୍କ ସ୍ତ୍ରୀ ହାଲିମା ବିବି ଏକ ବାଇକ୍(ଓଡି୨୨ଏ-୩୭୬୪) ଯୋଗେ ସୋର ମୁବାରକପୁରରେ ଥିବା ନିଜ ଝିଅ ଘରୁ ଭଦ୍ରକକୁ ଫେରୁଥିବା ବେଳେ ୧୬ ନମ୍ଵର ଜାତୀୟ ରାଜପଥରେ ସିମୁଳିଆ ଝାଟିଆମାଳ ଛକ ନିକଟରେ ନିଜର ଭାରସାମ୍ୟ ହରାଇଥିଲେ ହବିବୁର। ଏହାଫଳରେ ସେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ(ଆରଜେ ୦୭ଜିଡି ୧୦୩୫)ର ଚକ ତଳେ ଫସିଯାଇଥିଲେ। ତାଙ୍କ ଶରୀର ଗାଡ଼ିର ଚକ ତଳେ ଆସିଯାଇଥିଲା। ଏହାଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ପ୍ରାଣହାନି ଘଟିଥିଲା। ତେବେ ସ୍ୱାମୀଙ୍କ ସହ ମୋଟର ସାଇକେଲରେ ବସି ଯାଉଥିବା ସ୍ତ୍ରୀ ହାଲିମା ବିବି ଅଳ୍ପକେ ରକ୍ଷା ପାଇଯାଇଥିଲେ।

publive-image

ଖବର ପାଇ ସିମୁଳିଆ ଥାନା ପୁଲିସ ଘଟଣାସ୍ଥଳରୁ ଶେଖ୍‌ ହବିବୁର୍‌ ରେହମାନଙ୍କ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ଡାକ୍ତରଖାନାକୁ ପଠାଇଥିଲା ଏବଂ ଟ୍ରକକୁ ଜବତ କରିଥିଲା। ଜାତୀୟ ରାଜପଥରେ ଏକ ଟ୍ରକର ଚକ ତଳେ ତାଙ୍କ ଆଖି ଆଗରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଦୃଶ୍ୟ ଦେଖିଥିଲେ ପତ୍ନୀ ହାଲିମା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe