ଟ୍ରକ୍-ତେଲ ଟ୍ୟାଙ୍କର୍ ମୁଁହାମୁହିଁ ଧକ୍କା: ବେସରକାରୀ କଂପାନିର ସାଇଟ୍ ଇନଚାର୍ଜଙ୍କ ମୃତ୍ୟୁ, ଉଭୟ ଗାଡ଼ିର ଚାଳକ ଗୁରୁତର

Advertisment
ଟ୍ରକ୍-ତେଲ ଟ୍ୟାଙ୍କର୍ ମୁଁହାମୁହିଁ ଧକ୍କା: ବେସରକାରୀ କଂପାନିର ସାଇଟ୍ ଇନଚାର୍ଜଙ୍କ ମୃତ୍ୟୁ, ଉଭୟ ଗାଡ଼ିର ଚାଳକ ଗୁରୁତର

ରାଉରକେଲା: ୧୪୩ ନମ୍ବର ଜାତୀୟ ରାଜପଥର ସୁନ୍ଦରଗଡ଼ ଜିଲ୍ଲାର କାଟିନ ଛକରେ ଏକ ଟ୍ରକ୍-ତେଲ ଟ୍ୟାଙ୍କର୍ ମୁଁହାମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି।
ଏହି ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିବାର ଜଣାଯାଇଛି l ଦୁଇ ଗୁରୁତରଙ୍କୁ ରାଉରକେଲାର ଆରଜିଏଚରେ ଭର୍ତ୍ତି କରାଯାଇଛି l ଏଣେ ଲାଠିକଟା ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି l
ପ୍ରାପ୍ତ ସୂଚନା ଅନୁଯାୟୀ, ପୂର୍ବାହ୍ନ ପ୍ରାୟ ସାଢେ ୧୦ଟା ସମୟରେ ଏକ ତେଲ ଟ୍ୟାଙ୍କର୍ ଲାଠିକଟାରୁ ରାଉରକେଲାକୁ ତେଲ ଆଣିବା ଲାଗି ଯାଉଥିବା ବେଳେ ଅପରପଟୁ ଏକ ଟ୍ରକ୍ ଦ୍ରୁତ ଗତିରେ ଆସୁଥିଲା। ଉଭୟ ଗାଡ଼ିର ମୁଁହାମୁହିଁ ଧକ୍କା ହେବା ଫଳରେ ତେଲ ଟ୍ୟାଙ୍କରରେ ବସିଥିବା ଆରକେଡି କଂପାନିର ସାଇଟ୍ ଇନଚାର୍ଜ କିଷନା ମୁରାରି ଯାଦବଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

publive-image image source--the telegraph

ଅପରପକ୍ଷରେ ଟ୍ରକ୍ ଚାଳକ ଓ ତେଲ ଟ୍ୟାଙ୍କର୍ ଚାଳକ ଗୁରୁତରଭାବେ ଆହତ ହୋଇଥିଲେ। ଉଭୟ ଗୁରୁତରଙ୍କୁ ରାଉରକେଲାର ଆରଜିଏଚରେ ଭର୍ତ୍ତି କରାଯାଇଛି l ସଂପର୍କରେ ଖବର ପାଇ ଲାଠିକଠା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe