ଡମ୍ପର ଚାପାରେ ଶିକ୍ଷକ ମୃତ

ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଅନ୍ତର୍ଗତ କବରିବାହଲ ନିକଟରେ ଶନିବାର ଅପରାହ୍ଣରେ ଡମ୍ପର ଚାପାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ କେଶାଇବାହାଲ ହାଇସ୍କୁଲ୍ର ଶିକ୍ଷକ ନିତ୍ୟାନନ୍ଦ ସୋହେଲା (୫୦) ଆଜି ଅପରାହ୍ଣ ପ୍ରାୟ ୨ଟା ବେଳେ ବାଇକ୍ ଯୋଗେ ସ୍କୁଲ୍ରୁ ନିଜ ଘର କୁଚିଣ୍ଡା ଥାନା ଖଣ୍ଡୋକଟାକୁ ଫେରୁଥିଲେ।

ମାତ୍ର କବରିବାହାଲ ପୋଲ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଡମ୍ପର ତାଙ୍କୁ ଧକ୍କା ଦେଇ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ନିତ୍ୟାନନ୍ଦଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ଡାକ୍ତରଖାନାକୁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଦୁର୍ଘଟଣା ପରେ ଡମ୍ପର୍ଟି ଫେରାର୍ ହୋଇଯାଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe