ବାର୍‌ହାକୁ ବାଇକ ପିଟିଲା, ଗୋଳାବାରୁଦ କାରଖାନା କର୍ମଚାରୀ ମୃତ

ବାର୍‌ହାକୁ ବାଇକ ପିଟିଲା, ଗୋଳାବାରୁଦ କାରଖାନା କର୍ମଚାରୀ ମୃତ

ସଇନ୍ତଳା: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ୍‌ ବଡ଼ମାଳ ଗୋଳାବାରୁଦ କାରଖାନା ଅଞ୍ଚଳରେ ଏକ ବାର୍‌ହାକୁ ଧକ୍କା ଦେଇ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କାରଖାନାସ୍ଥିତ ଅଗ୍ନିଶମ ବିଭାଗ ସୁପରଭାଇଜର ନନ୍ଦକିଶୋର ଜେନାଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଯାଜପୁର ଜିଲ୍ଲାର ନନ୍ଦ କିଶୋର ଗୋଳାବାରୁଦ କାରଖାନାର ଅଗ୍ନିଶମ ବିଭାଗରେ ସୁପରଭାଇଜର ଭାବେ କାର୍ଯ୍ୟରତ ଥିଲେ। ଶୁକ୍ରବାର ରାତି ପ୍ରାୟ ୧୦ ଘଣ୍ଟା ସମୟରେ ସେ କାମ ସାରି ବାଇକ୍‌ରେ କ୍ବାର୍ଟର୍ସକୁ ଫେରୁଥିଲେ।

ଏହି ସମୟରେ କାରଖାନାସ୍ଥିତ ମଟର ଟ୍ରାନ୍ସପୋର୍ଟ ବିଭାଗ ନିକଟରେ ଏକ ବାର୍‌ହା ସହିତ ତାଙ୍କ ବାଇକ୍‌ ବାଡେଇ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିଳମ୍ବିତ ରାତିରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଏ ସଂପର୍କରେ ଜାଣିବା ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କାରଖାନାସ୍ଥିତ ଡାକ୍ତରଖାନାକୁ ନେଇଥିଲେ। ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ପଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe