ଟ୍ରକ୍‌ ଚାପାରେ କଲେଜ ଛାତ୍ରୀ ମୃତ : ଶବ ରଖି ୪ଘଣ୍ଟା ଏନ୍‌ଏଚ୍‌ ଅବରୋଧ, ବାଇପାସ ରାସ୍ତା ଦାବି ତେଜିଲା, ୯ ଓ ୧୦ରେ ବଲାଙ୍ଗୀର ବନ୍ଦ

Advertisment
ଟ୍ରକ୍‌ ଚାପାରେ କଲେଜ ଛାତ୍ରୀ ମୃତ : ଶବ ରଖି ୪ଘଣ୍ଟା ଏନ୍‌ଏଚ୍‌ ଅବରୋଧ, ବାଇପାସ ରାସ୍ତା ଦାବି ତେଜିଲା, ୯ ଓ ୧୦ରେ ବଲାଙ୍ଗୀର ବନ୍ଦ

ବଲାଙ୍ଗୀର :ବଲାଙ୍ଗୀର-ସମ୍ବଲପୁର ଜାତୀୟ ରାଜପଥରେ ବୁଧବାର ସକାଳେ ଏକ ଟ୍ରକ୍‌ (ଓଆର ୦୩ ଇ ୧୧୪୨) ଚାପାରେ କଲେଜ ଛାତ୍ରୀ ମିଲି ନାଏକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଶବ ରଖି ଶତାଧିକ ଛାତ୍ରଛାତ୍ରୀ ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ୪ ଘଣ୍ଟା ଧରି ରାସ୍ତା ଅବରୋଧ ହେବାରୁ ଯାତାୟାତ ଠପ୍‌ ହୋଇଯାଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣର ପ୍ରତିଶ୍ରୁତି ପରେ ପରେ ରାଜପଥ ସ୍ୱାଭାବିକ ହୋଇଥିଲା।

ତେବେ, ଏହି ଘଟଣା ପରେ ବାଇପାସ ରାସ୍ତା ନିର୍ମାଣ ଦାବି ପୁଣି ତେଜିଛି। ଏ ନେଇ ୯ ତାରିଖ ନଗର କଂଗ୍ରେସ ପକ୍ଷରୁ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି। ସେହିପରି ବିଭିନ୍ନ ସଂଗଠନ ପକ୍ଷରୁ ୧୦ ତାରିଖ ଦିନ ମଧ୍ୟ ବନ୍ଦ କରାଯିବାକୁ ଘୋଷଣା କରାଯାଇଛି।

ପ୍ରକାଶଥାଉକି, ବଲାଙ୍ଗୀର କଲେଜର ଯୁକ୍ତଦୁଇ ଛାତ୍ରୀ ରିନବଚନ ଗାଁର ରାମ ନାଏକଙ୍କ ଝିଅ ମିଲି ଅନ୍ୟ କେତେଜଣ ସାଥୀଙ୍କ ସହ ସାଇକଲରେ କଲେଜ ଅଭିମୁଖେ ଆସୁଥିଲେ। ସହର ଉପକଣ୍ଠ ଜାତୀୟ ରାଜପଥ-୨୬ରେ ଥିବା ହୋଣ୍ଡା ସୋ ରୁମ୍‌ ନିକଟରେ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe