ବିଦ୍ୟୁତ୍‌ ତାରରେ ମାଛ ମାରିବା ବେଳେ ଅଘଟଣ, ଜଣେ ମୃତ

Advertisment
କୁଆଖାଇରେ ବୁଡ଼ି ନାବାଳକ ମୃତ

sisat

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ସାନଭୁରତା ଗ୍ରାମରେ ଗତ ଗୁରୁବାର ଦିନ ପ୍ରସନ୍ନ ଯାନୀ ନିଜ ସହଯୋଗୀଙ୍କ ସହ ପତକାବାଲି ନାଳକୁ ବିଦ୍ୟୁତ୍ ତାରରେ ମାଛଧରିବା ପାଇଁ ଯାଇଥିଲେ। ନାଳ ଉପରେ ଯାଇଥିବା ୧୧ କେଭି ତାରରୁ ବିଦ୍ୟୁତ୍ ସଂଯୋଗ କରି ମାଛ ଧରିବା ବେଳେ ପ୍ରସନ୍ନଙ୍କ ପିଠିରେ ବିଦ୍ୟୁତ୍ ତାର ଲାଗି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଏ ସର୍ମ୍ପକରେ ପ୍ରସନ୍ନଙ୍କ ପତ୍ନୀ ଶ୍ରୀମତୀ ଯାନୀ ହରଭଙ୍ଗା ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ଥିବା ତଦନ୍ତକାରୀ ଅଫିସର ପୂର୍ଣ୍ଣଚନ୍ଦ୍ର କିଷାନ ସୂଚନା ଦେଇଛନ୍ତି। ମୃତ ପ୍ରସନ୍ନ ଯାନୀଙ୍କ ନିଜଘର ନୟାଗଡ଼ ଜିଲ୍ଲା ବାଣିଗୋଛା ଥାନା ଦୁଡ଼ଗିପାଜୁ ବୋଲି ସୂଚନା ମିଳିଛି। ସେ ସାନଭୁରତା ଗ୍ରାମରେ ଘରଜ୍ବାଇଁ ଭାବେ ରହୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe