ଦୁର୍ଘଟଣାରେ ମହିଳା ମୃତ

Advertisment
ଖୁଣ୍ଟରେ ପିଟିହେଲା ବାଇକ୍: ପୁଅ ମୃତ, ବାପା ଗୁରୁତର

Hari Bhoomi

କେନ୍ଦୁଝର: କେନ୍ଦୁଝର ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥର କେନ୍ଦୁଆ ବାଇପାସ୍ ନିକଟରେ ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କେନ୍ଦୁଆ ଗ୍ରାମର  ଟିକିଲି ମହାନ୍ତ (୬୨)ଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଷ୍ମନ୍ତ ନାଏକ ଆହତ ହୋଇଛନ୍ତି।

ଉଭୟ ସ୍କୁଟିରେ ଯାଉଥିବା ସମୟରେ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୮ଟା ୪୫ରେ ଟିକିଲିଙ୍କ ମୃତ୍ୟୁ ଘଟିଛି। ପୁଲିସ ଶବ ଜବତ ବ୍ୟବଚ୍ଛେଦ କରାଇଛି। ଏନେଇ କେସ୍‌ ନମ୍ବର ୪୬୭/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe