ବିଜୟର ସ୍ବାଦ ଚାଖିବା ପୂର୍ବରୁ ଜୀବନ ଗଲା

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

new indian express

ହରିଚନ୍ଦନପୁର: ନିର୍ବାଚନ ବୈତରଣୀ ପାର ହେବାପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ। ରାତିଦିନ ଏକ କରି ପ୍ରଚାର କରିଥିଲେ। ନିଜର ଉତ୍ତମ ଲୋକସମ୍ପର୍କ ଯୋଗୁଁ ଲୋକେ ମଧ୍ୟ ତାଙ୍କୁ ବିପୁଳ ଭୋଟରେ ବିଜୟୀ କରାଇଛନ୍ତି। ହେଲେ ବିଜୟର ସ୍ବାଦ ଚାଖିବା ପାଇଁ ଆଉ ଦୁନିଆରେ ନାହାନ୍ତି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଶଗଡ଼ପଟା ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀ ସଂଜୀବ ବାସ।

ଶଗଡ଼ପଟା ପଞ୍ଚାୟତରୁ ସମିତିସଭ୍ୟ ପ୍ରାର୍ଥୀ ହୋଇଥିଲେ ସଂଜୀବ କୁମାର ବାସ। ତାଙ୍କ ବିରୋଧରେ ନିର୍ବାଚନ ଲଢ଼ୁଥିଲେ ବାସୁଦେବ ମହାନ୍ତ, ଶ୍ୟାମସୁନ୍ଦର ମୁର୍ମୁ। ନିର୍ବାଚନ ସରିବା ପରେ ଅପେକ୍ଷା‌ ଥିଲା ଫଳକୁ। ହେଲେ ନିର୍ବାଚନ ଫଳ ଆସିବାର ତିନିଦିନ ପୂର୍ବରୁ ଗତ ୨୫ ତାରିଖ ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତା‌ଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ବିୟୋଗରେ ପୂରା ପଞ୍ଚାୟତର ଶୋକର ଛାୟା ଖେଳିଯାଇଛି।

ଗତକାଲି ହରିଚନ୍ଦନପୁର ବ୍ଲକ୍‌ ୩୩ ନମ୍ବର ଜିଲ୍ଲାପରିଷଦ ଜୋନ୍‌ ଅଧୀନରେ ଆସୁଥିବା ଶଗଡ଼ପଟା ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ସ୍ବର୍ଗତ ବାସ ୨୧୧୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବାସୁଦେବ ମହାନ୍ତ ୧୨୭୬ ଖଣ୍ଡ ଭୋଟ ପାଇଛନ୍ତି। ଶ୍ୟାମସୁନ୍ଦର ମୁର୍ମୁ ୨୦୧ ଭୋଟ ପାଇଛନ୍ତି। ସ୍ବର୍ଗତ ବାସ ବ୍ଲକ୍‌ର ଦ୍ୱିତୀୟ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। କିନ୍ତୁ ନିର୍ବାଚନ ଫଳ ଶୁଣିବାକୁ ସେ ଆଉନାହାନ୍ତି। ତାଙ୍କ ମୃତ୍ୟୁରେ ପରିବାର ଲୋକେ ଦୁଃଖ‌ରେ ଭାଙ୍ଗିପଡ଼ିଛନ୍ତି। ଖୁସି ବଦଳରେ ପରିବାର ଉପରେ ଦୁଃଖର କଳାବାଦଲ ଛାଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe