ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ୫୦ ହଜାର ଜରିମାନା

Advertisment
୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

ଫୁଲବାଣୀ : ଆଜି ଫୁଲବାଣୀ ଫାଷ୍ଟଟ୍ରାକ୍‌ ପୋକ୍‌ସୋ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ରହିଲେ ୬ ମାସ ଅଧିକ କାରାଦଣ୍ଡ ଭୋଗିବାକୁ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି।
ଘଟଣାରୁ ପ୍ରକାଶ, ଗତ ୨୦୧୭ ଫେବ୍ରୁଆରି ୨୫ ତାରିଖ ଦିନ କୋଟଗଡ଼ ଥାନା ଅନ୍ତର୍ଗତ ସାଙ୍ଗଡ଼ାମାହା ଗାଁକୁ ଜଣେ ନବାଳିକା ଯାତ୍ରା ଦେଖିବାକୁ ଯାଇଥିଲେ। ସନ୍ଧ୍ୟା ୭ଟା ସମୟରେ ଉକ୍ତ ନାବାଳିକା ଗୋଟିଏ ଦୋକାନ ସମ୍ମୁଖରେ ଠିଆ ହୋଇଥିବା ବେଳେ ସେହି ଗ୍ରାମର ଯୁବକ ସୀତପୁର ବେହରମାଝୀ (୨୨) ତାଙ୍କୁ ଉଠାଇ ନେଇ ଏକ ଆମ୍ବ ଗଛମୂଳେ ଦୁଷ୍କର୍ମ କରିଥିଲା। ପୀଡ଼ିତା ନାବାଳିକା ଘଟଣାସ୍ଥଳରେ ଅଚେତ ହୋଇ ପଡ଼ିଥିଲେ। କିଛି ସମୟରେ ସେହି ବାଟଦେଇ ଯାଉଥିବା ୨ ଜଣ ସ୍ଥାନୀୟ ବ୍ୟକ୍ତି ପୀଡ଼ିତାଙ୍କୁ ଉଦ୍ଧାର କରି ତାଙ୍କ ଠାରୁ ସବୁ କଥା ଜାଣିବାକୁ ପାଇଥିଲେ ଏବଂ ଏହାପରେ ଉକ୍ତ ବ୍ୟକ୍ତିମାନେ ସମ୍ପୃକ୍ତ ନାବାଳିକାଙ୍କୁ ତାଙ୍କ ଘରେ ପହଞ୍ଚାଇଥ‌ିଲେ। ପୀଡ଼ିତାଙ୍କ ବାପାଙ୍କ ଏତଲା କ୍ରମେ କୋଟଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଆଜି ବିଚାରପତି ଭାସ୍କର ଚନ୍ଦ୍ର ସାହୁ ୧୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ମାମଲାର ବିଚାର କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ପୋକ୍‌ସୋ କୋର୍ଟର ସ୍ବତନ୍ତ୍ର ପିପି ବନମାଳି ବେହେରା ମାମଲା ପରିଚାଳନା କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe