ଥାନା ହାଜତରୁ ଚମ୍ପଟ ଅଭିଯୁକ୍ତ ଧରା ପଡ଼ିଲା

Advertisment
ଥାନା ହାଜତରୁ ଚମ୍ପଟ ଅଭିଯୁକ୍ତ ଧରା ପଡ଼ିଲା

ଆଳି : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ହାଜତରେ ଥିବା ଜଣେ ଅଭିଯୁକ୍ତ ପୁଲିସକୁ ଆକ୍ରମଣ କରି ଚମ୍ପଟ ମାରିଥିବା ବେଳେ ତାକୁ ପୁଣି ଧରିବାରେ ପୁଲିସ ସଫଳ ହୋଇଛି। ବଡ଼ମୂଳବସନ୍ତ ଗ୍ରାମରେ ଚଢାଉ କରି ପୁଲିସ ଏହି ଅଭିଯୁକ୍ତକୁ ଆଜି ଅପରାହ୍ନରେ ଗିରଫ କରିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ଗୋପାଳରାୟପୁର ଶାସନ ଗ୍ରାମରେ ଏକ ବିବାହ ଉତ୍ସବ ଚାଲିଥିଲା। ବିବାହସ୍ଥଳରୁ ସେହି ଗ୍ରାମର ସୌମ୍ୟ ରଂଜନ ସାହୁଙ୍କ ଟିଭିଏସ୍‌ ମଟରସାଇକଲ ଚୋରି ହୋଇଯାଇଥିଲା। ସିଙ୍ଗିରି ବଜାର ନିକଟରେ ୩ ଜଣ ଯୁବକ ଏକ ସ୍କୁଟିରେ ଯାଉଥିବା ବେଳେ ଗାଡ଼ି ପଛ ପଟେ ଦଉଡ଼ିରେ ଏକ ବାଇକ୍‌କୁ ବାନ୍ଧି ନେଉଥିବା ଲୋକେ ଦେଖିବାକୁ ପାଇଥିଲେ। ଗ୍ରାମବାସୀ ଘେରିଯିବା ପରେ ୩ ଜଣ ଯୁବକ ତଳେ ପଡ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ମୂଳବସନ୍ତ ଗ୍ରାମର କିରଣ ସେଠୀ ଧରା ପଡ଼ି ଯାଇଥିଲେ। ଗ୍ରାମବାସୀ ତାକୁ ପୁଲିସ ଜିମା ଦେଇଥିଲେ। ପୁଲିସ ତାକୁ ଅଟକ ରଖି ପଚରାଉଚୁରା କରୁଥିଲା। ତେବେ ଆଜି ସକା‌ଳ ପ୍ରାୟ ୭ଟାରେ କିରଣ ଥାନାରେ ଥିବା ସେଣ୍ଟ୍ରି ସୌମ୍ୟାକାନ୍ତି ସ୍ବାଇଁ ଓ ଏଏସ୍‌ଆଇ ଭଗବାନ ମାଝୀଙ୍କୁ ଆକ୍ରମଣ କରି ଥାନା ଛାତରୁ ଡ଼େଇଁ ଚମ୍ପଟ ମାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe