ଚଳନ୍ତା ଗାଡ଼ିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାର ଅଭିଯୁକ୍ତ ଗିରଫ, କାର ଜବତ୍

Advertisment

କାର ବି ଜବତ

କାର ବି ଜବତ

ଚଳନ୍ତା ଗାଡ଼ିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାର ଅଭିଯୁକ୍ତ ଗିରଫ, କାର ଜବତ୍

ଖୋର୍ଦ୍ଧା : ରାଜଧାନୀରୁ ଭଡ଼ା କାର୍‌ରେ ଆସୁଥିବା ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାର ଅଭିଯୁକ୍ତକୁ ଗିରଫ କରିଛି କମିସନରେଟ ପୁଲିସ। ଏନେଇ ଟୁଇଟ ଯୋଗେ ସୂଚନା ଦେଲେ ପୁଲିସ କମିସନର ଡ଼ ସୁଧାଂଶୁ ଷଡ଼ଙ୍ଗୀ। କାରକୁ ବି ଜବତ କରାଯାଇଥିବାର ସେ ସୂଚନା ଦେଇଛନ୍ତି। ଘଟଣା ପ୍ରସଙ୍ଗରେ ଜଣାପଡ଼ିବା ପରେ କମିସନରେଟ ପୁଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବର୍ତ୍ତମାନ ପୀଡ଼ିତାଙ୍କୁ ଖଣ୍ଡଗିରି ଥାନାକୁ ଅଣାଯାଇ ତାଙ୍କୁ ପଚରାଉଚରା କରାଯାଇଛି। ଏହାପରେ ତାଙ୍କୁ କୋର୍ଟକୁ ନିଆଯାଇ ତାଙ୍କର ବୟାନ ରେକର୍ଡ କରାଯିବ।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପ୍ରାୟ ସାଢେ଼ ୭ଟାରେ ଜେମାଦେଈପୁରର କିଛି ଯୁବକ ଗ୍ରାମ ରାସ୍ତା ନିକଟସ୍ଥ ଶ୍ମଶାନ କଡ଼ରେ ଜଣେ ଯୁବତୀ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ତାଙ୍କର ଶରୀର କ୍ଷତାକ୍ତ ହୋଇଥିବା ଓ ପିନ୍ଧା ପୋଷାକ ଏବଂ ଅନ୍ତଃବସ୍ତ୍ର ଚିରି ଯାଇଥିଲା। ଯୁବତୀଙ୍କ ଚେତା ଫେରିବା ପରେ ସେ ଭୁବନେଶ୍ବରରେ କାମ କରୁଥିବା କହିଥିଲେ। ସେ ସବୁଦିନ ପରି ଗତକାଲି ମଧ୍ୟ କାର୍‌ ଭଡ଼ା କରି ଖୋର୍ଦ୍ଧା ଫେରୁଥିଲେ। ସେହି କାର୍‌ରେ ୩ ଜଣ ବସିଥିଲେ। ତେବେ ତାଙ୍କ ସହ ବହୁତ କିଛି ହୋଇଛି ଓ ସେ ଆଉ ବଞ୍ଚିବାକୁ ଚାହୁଁନାହାନ୍ତି ବୋଲି ଉଦ୍ଧାର କରିଥିବା ଯୁବକମାନଙ୍କ ଆଗରେ କାନ୍ଦି କାନ୍ଦି ପ୍ରକାଶ ପରିଥିଲେ।

ତେଣୁ ଯୁବତୀ ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିବା ସନ୍ଦେହ କରି ଯୁବକମାନେ ପୁଲିସକୁ ଖବର ଦେବା ସହ ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲ୍ ଆଣିଥିଲେ। ଖବର ପାଇ ଟାଉନ୍ ଥାନା ଅଧିକାରୀ ଜଣେ ମହିଳା ଏସ୍‌ଆଇ ଓ ଅନ୍ୟ କର୍ମଚାରୀମାନଙ୍କ ସହ ସେଠାରେ ପହଞ୍ଚି ଯୁବତୀଙ୍କୁ ପଚରାଉଚୁରା କରିଥିଲେ। ରାତି ପ୍ରାୟ ସାଢେ଼ ୮ଟା ବେଳେ ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ ମଧ୍ୟ ହସ୍‌ପିଟାଲରେ ପହଞ୍ଚିଥିଲେ।

ଉଦ୍ଧାର ହୋଇଥିବା ଯୁବତୀ ଜଣକ ପୁଲିସକୁ ଦେଇଥିବା ବୟାନରୁ ତାଙ୍କର ବୟସ ୩୩ ବର୍ଷ ଓ ସେ ଅବିବାହିତା ବୋଲି ଜଣାପଡ଼ିଛି। ତାଙ୍କ ଘର ନୟାଗଡ଼ ଜିଲ୍ଲା ଗଣିଆ ଅଞ୍ଚଳରେ। ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ସେ ଓ ତାଙ୍କ ବିଧବା ମା’ ଖୋର୍ଦ୍ଧାରେ ରହୁଛନ୍ତି।  ସେ କୌଣସି ସାଟିର୍ଫିକେଟ୍ ଆଣିବା ପାଇଁ ଭୁବନେଶ୍ବର ଯାଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe