ଯୋଗୀ ଆଦିତ୍ୟନାଥଙ୍କ ଦସ୍ତଖତ ଜାଲ କରି ବିଜ୍ଞାପନ ଆଦାୟ ଅଭିଯୋଗ: ଅଭିଯୁକ୍ତକୁ ଗିରଫ କଲା ଦିଲ୍ଲୀ ଇଓଡବ୍ଲୁ

Advertisment
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ସ୍ବାମୀ ଓ ଶ୍ବଶୁର ଗିରଫ, ୩୦ ଘଣ୍ଟା ପରେ ଶବସତ୍କାର

Image Courtesy of India Today

ଭୁବନେଶ୍ବର : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲେଟର ପ୍ୟାଡ୍ ଓ ଦସ୍ତଖତକୁ ଜାଲ୍ କରି ରାଷ୍ଟ୍ରାୟତ୍ତ କମ୍ପାନିରୁ ବିଜ୍ଞାପନ ମାଗିବା ମାମଲାରେ ଦିଲ୍ଲୀ ଇଓଡବ୍ଲୁ(ଅର୍ଥନୈତିକ ଅପରାଧ ଶାଖା) ଭୁବନେଶ୍ବରରୁ ଅଭିଯୁକ୍ତକୁ ଗିରଫ କରିଛି। ଆଜି ମଧ୍ୟାହ୍ନରେ ଦିଲ୍ଲୀ ଇଓଡବ୍ଲୁ ଖାରବେଳନଗର ଥାନା ପୁଲିସ ସହାୟତାରେ ଅଭିଯୁକ୍ତ ମନୋଜ ସେଠକୁ ମାଷ୍ଟରକ୍ୟାଣ୍ଟିନ୍‌ ଛକ ନିକଟରୁ ଗିରଫ କରିଛି। ତା’ ନିକଟରୁ କିଛି କାଗଜପତ୍ର ଜବତ କରାଯାଇଛି। ଭୁବନେଶ୍ବର କୋର୍ଟରେ ହାଜର ପରେ ମନୋଜକୁ ଇଓଡବ୍ଲୁ ଟ୍ରାନଜିଟ୍ ରିମାଣ୍ଡରେ ନେଇ ଦିଲ୍ଲୀ ଫେରିଯାଇଛି। ଆସନ୍ତାକାଲି ସେଠାକାର ସ୍ଥାନୀୟ ସ୍ବତନ୍ତ୍ର କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ମନୋଜ ଘର ଧଉଳି ଅଞ୍ଚଳରେ। ମନୋଜ ଦ୍ବାରା ଭୁବନେଶ୍ବରରେ ଏକ ଖବରକାଗଜ ପ୍ରକାଶିତ ହୁଏ। ୨୦୧୬ରେ ଯୋଗୀ ଆଦିତ୍ୟନାଥ ସାଂସଦ ଥିବାବେଳେ ତାଙ୍କର ଲେଟର ପ୍ୟାଡ୍ ଓ ଦସ୍ତଖତକୁ ମନୋଜ ଜାଲ୍ କରି ବିଭିନ୍ନ ରାଷ୍ଟ୍ରାୟତ୍ତ କମ୍ପାନି କାର୍ଯ୍ୟାଳୟକୁ ବିଜ୍ଞାପନ ମାଗିଥିଲା। ସମ୍ପୃକ୍ତ କମ୍ପାନି କାର୍ଯ୍ୟାଳୟ ପକ୍ଷରୁ ମନୋଜ ଦେଇଥିବା ଲେଟରକୁ ଯାଞ୍ଚ କରାଯାଇଥିଲା। ଏହା ଜାଲ୍ ବୋଲି ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe