ଦୁଇଭାଇ କଳିରୁ ଗୁଳିମାଡ଼ : ପଡ଼ୋଶୀ ଯୁବତୀ ଆହତ, ଅଭିଯୁକ୍ତ ଗିରଫ

ପତ୍ନୀଙ୍କୁ ହତ୍ୟାକରି ବିଜେପି ନେତାଙ୍କ ଆତ୍ମହତ୍ୟା

The Sentinel

ବୈତରଣୀରୋଡ : କୋରେଇ ଥାନା ଅନ୍ତର୍ଗତ ଗୌରପୁର ଗ୍ରାମରେ ଘରୋଇ କଳିରୁ ଜଣେ ବ୍ୟକ୍ତି ତାଙ୍କ ସମ୍ପର୍କୀୟ ଭାଇକୁ ଗୁଳି ମାଡ଼ କରିଥିଲେ। ହେଲେ ଗୁଳିଟି ସମ୍ପର୍କୀୟ ଭାଇ ଦେହରେ ନବାଜି ପଡ଼ୋଶୀ ଘରର ଜଣେ ଯୁବତୀଙ୍କୁ ଲାଗିଥିଲା। ଏଥିରେ ଯୁବତୀଜଣକ ଆହତ ହୋଇଥିବା ବେଳେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି।

ଘଟଣା ଅନୁଯାୟୀ, ଗୌରପୁର ଗ୍ରାମର ସାଦୁଆ ଓଝାଙ୍କ ପୁଅ ସୁବଳ(୩୪) ଓ ତାଙ୍କ ବଡ଼ବାପା ବୃନ୍ଦାବନ ଓଝାଙ୍କ ପୁଅ କାଳନ୍ଦୀ(୨୭)ଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୁବଳ ଘରେ ରଖିଥିବା ବନ୍ଧୁକ ଆଣି କାଳନ୍ଦୀ ଉପରକୁ ଗୁଳି ଚଳାଇଥିଲେ। କାଳନ୍ଦୀ ଛିଡ଼ା ହୋଇଥିବା ସ୍ଥାନରୁ ଘୁଞ୍ଚି ଯିବାରୁ ଗୁଳିଟି ତାଙ୍କ ଦେହରେ ବାଜି ନଥିଲା। ପଡ଼ୋଶୀ ଅମୂଲ୍ୟ କରଙ୍କ ଝିଅ ମଲ୍ଲି(୨୨) ଗୌରପୁର ଛକରେ ଥିବା ବାପାଙ୍କ ଦୋକାନକୁ ଯାଉଥିବା ବେଳେ ଗୁଳିଟି ତାଙ୍କ ହାତରେ ବାଜିଥିଲା। ଗୁଳି ବାଜିବା ପରେ ଆହତ ମଲ୍ଲି ଫେରିଆସି ଘର ଆଗରେ ଚେତାଶୂନ୍ୟ ହୋଇ ପଡ଼ି ଯାଇଥିଲେ। ପରିବାର ଲୋକେ ମଲ୍ଲିଙ୍କୁ ଘରକୁ ନେଇ ସୁସ୍ଥ କରିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ମଲ୍ଲିଙ୍କ ବାପା ଅମୂଲ୍ୟ ଝିଅକୁ ଗୁଳି ମାରିବା ସମ୍ପର୍କରେ ପଚାରିବାରୁ ସୁବଳ ତାଙ୍କୁ ମଧ୍ୟ ଗାଳିଗୁଲଜ କରିବା ସହ ବନ୍ଧୁକ ଦେଖାଇ ଧମକ ଦେଇଥିଲେ। ଏଥିରେ ଭୟଭୀତ ହୋଇ ଅମୂଲ୍ୟ କୋରେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ୍‌ ସୁବଳକୁ ଥାନାକୁ ନେଇ ପଚରାଉଚରା କରିଥିଲା। ଥାନା କେସ୍‌ ନମ୍ବର ୨୨୪/୨୦ ଦଫା ୨୯୪, ୫୦୬, ୩୨୪ ଓ ୨୫, ୨୭ ଆର୍ମସ୍‌ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ସୁବଳକୁ କୋର୍ଟ ଚାଲାଣ କରାଯାଇଛି। ଗୁଳି ଫୁଟିଥିବା ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜବତ କରାଯାଇଛି ବୋଲି ଥାନା ଅଧିକାରୀ ରଞ୍ଜିତକୁମାର ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe