କୃଷି ଯନ୍ତ୍ରପାତି ଯୋଗାଣ ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ଅଭିଯୁକ୍ତକୁ ଗିରଫ

ମହିଳା ଫରେଷ୍ଟରଙ୍କୁ ମାଡ଼ ମାରି ଜଣେ ଗିରଫ   

Times of India

ସୋନପୁର : ହାରଭେଷ୍ଟର ଯୋଗାଣ ନାମରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଏ ସମ୍ପର୍କରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏସପି ଅମରେଶ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଟୁଟାମୁଣ୍ଡା ଗ୍ରାମର ଅଭିଯୁକ୍ତ ବାବୁଲାଲ ଛନ୍ଦ(୩୭) ସମ୍ବଲପୁର ସିନ୍ଦୁପଙ୍କଠାରେ ‘ୱେଷ୍ଟର୍ଣ୍ଣ ଓଡ଼ିଶା ଆଗ୍ରୋ’ ନାମରେ ଏକ ଏଜେନ୍ସି କରି କୃଷି ଯନ୍ତ୍ରପାତି ବିକ୍ରି କରନ୍ତି। ସୁବଳୟା ଥାନା ଡୁଙ୍ଗୁରି ଗ୍ରାମର ରଞ୍ଜୀପ ଦାଶ ତାଙ୍କଠାରୁ ଏକ ‘ହାରଭେଷ୍ଟର’ ବା ଅମଳଯନ୍ତ୍ର କିଣିଥିଲେ। ଏଥିପାଇଁ ନଗଦ ୩.୫ ଲକ୍ଷ ଏବଂ ବ୍ୟାଙ୍କ ଋଣ ଦ୍ବାରା ୧୯ ଲକ୍ଷ ଟଙ୍କା ଏହିପରି ମୋଟ ୨୨.୫ ଲକ୍ଷ ଟଙ୍କା ଅଭିଯୁକ୍ତ ବାବୁଲାଲଙ୍କୁ ଦେଇଥିଲେ। କିନ୍ତୁ ବାବୁଲାଲ ତା’ଙ୍କୁ ଏକ ତ୍ରୁଟିପୂର୍ଣ୍ଣ ହାରଭେଷ୍ଟର ଦେଇଥିଲେ। ଏହା ଜଣାପଡ଼ିବାରୁ ସେହିଦିନ ହିଁ ତାହା ଫେରାଇ ନେଇଥିଲେ। ରଞ୍ଜୀପଙ୍କୁ ଶୀଘ୍ର ଏକ ନୂଆ ହାରଭେଷ୍ଟର ଯୋଗାଇଦେବେ ବୋଲି କହି ଆଉ ଦେଇ ନ ଥିଲେ ବାବୁଲାଲ।

ଏ ସମ୍ପର୍କରେ ରଞ୍ଜୀପ ସୁବଳୟା ଥାନାରେ ଅଭିଯୋଗ କଲାପରେ କେସ ନଂ. ୩୮/୨୦୨୩ ରେ ଏକ ଠକେଇ ମାମଲା ରୁଜୁ ହୋଇଥିଲା। ଘଟଣାର ତଦନ୍ତ କରି ସୁବଳୟା ପୁଲିସ ବାବୁଲାଲକୁ ସମ୍ବଲପୁରରୁ ଗିରଫ କରିଛି। ଏଥିସହ ଆଗ୍ରିଓନା ଏବଂ ଓସାକା କମ୍ପାନିର ୨ଟି ହାରଭେଷ୍ଟରକୁ ମଧ୍ୟ ଜବତ୍ କରିଛି। ଅଭିଯୁକ୍ତ ବାବୁଲାଲଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି। ପୁଲିସର ସାମ୍ବାଦିକ ସମ୍ମିଳନୀରେ ବୀରମହାରାଜପୁର ଏସଡିପିଓ ଡୋଳାମଣି ଭୋଇ, ସୁବଳୟା ଆଇଆଇସି ଅଞ୍ଜଳି କୁମ୍ଭାର, ସୋନପୁର ଆଇଆଇସି କୃଷ୍ଣଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଠକେଇ ସମ୍ପର୍କରେ ବୁଧବାର ‘ସମ୍ବାଦ’ରେ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe